୪୨୭ କେନ୍ଦ୍ରରେ ଟିକାକରଣ ଜାରି ରହିଛି, ୮ଟି ଜିଲ୍ଲାରେ ଟିକାକରଣ ବନ୍ଦ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବା ବେଳେ ଏ ନେଇ ଗଣମାଧ୍ୟମ‌ରେ ନିଜର ମତ ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ବିଜୟ ପାଣିଗ୍ରାହୀ। ସେ ତାଙ୍କର ମତ ରଖି କହିଛନ୍ତି କି ‘ଗତକାଲି ୪୨୭ କେନ୍ଦ୍ରରେ ଟିକାକରଣ କରାଯାଇଛି । ୫୬ ହଜାର ଡୋଜ ଦିଆଯାଇଛି । ଆଜି ସେହି ୪୨୭ କେନ୍ଦ୍ରରେ ଟିକାକରଣ ଜାରି ରହିଛି । ପାଖାପାଖି ୧୦୦୦ କେନ୍ଦ୍ର ବନ୍ଦ ରହିଛି । ୮ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଟିକାକରଣ ବନ୍ଦ ଅଛି । ଆଜି ୨ ଲକ୍ଷ କୋଭିସିଲ୍‌ଡ ଟିକା ମିଳିବାର ଅଛି । ଏବେ ମଧ୍ୟ ୩.୧ ଲକ୍ଷ କୋଭିସିଲ୍‌ଡ ଟିକା ମହଜୁଦ ଅଛି । ଆସନ୍ତାକାଲିଠାରୁ ଟିକାକରଣ ସ୍ୱାଭାବିକ ହେବ । ଯେତିକି ଟିକା ଅଛି ତାହା ଦୁଇ ତିନି ଦିନ ଚାଲିଯିବ।’

 

 

ସମ୍ବନ୍ଧିତ ଖବର