ଜଟଣୀ: ତବଲା ବାଦକ ଆଦିକନ୍ଦ ସାହୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା। ପାଲାଠାରୁ ଆରମ୍ଭ କରି ବିବାହ, ବ୍ରତଘର, ସାଂସ୍କୃତିକ ଉତ୍ସବ ଭଳି ଅନେକ କାର୍ଯ୍ୟକ୍ରମ ହେଲେ ଆଦିକନ୍ଦଙ୍କୁ ଖୋଜା ପଡ଼େ। ବଦଳରେ ଯିଏ ଯାହା ଦେଉଥିଲେ ସେଥିରେ ତାଙ୍କ ଜୀବନ ଅତିବାହିତ ହୋଇଯାଏ। ଏକଦା ପିଲାମାନଙ୍କୁ ତବଲା ବଜାଇବା ଶିଖାଉଥିଲେ। ସବୁଠୁ ବଡ଼କଥା ହେଉଛି ଆଦିକନ୍ଦ ଦୃଷ୍ଟିହୀନ। ସେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ସମୟରେ ଦୃଷ୍ଟିଶକ୍ତି ହରାଇ ବସିଥିଲେ। କାଳକ୍ରମେ ପରିବାରର ସମସ୍ତ ସଦସ୍ୟ ରୋଗରେ ପଡ଼ି ଆରପାରିକୁ ଚାଲିଗଲେଣି। ବର୍ତ୍ତମାନ ସେ ଏକୁଟିଆ। ବୟସ ୫୯ ବର୍ଷ। କିଛି ବର୍ଷ ହେଲା କଳାକାର ଭତ୍ତା ବାବଦକୁ ୨ହଜାର ଟଙ୍କା ପାଉଛନ୍ତି। ଏଥିସହ ରାସନ କାର୍ଡ ମଧ୍ୟ ମିଳିଛି। ବୟସ ବଢ଼ୁଥିବାରୁ ଚଲାବୁଲା ଆଗଭଳି କରିପାରୁ ନାହାନ୍ତି। ପରିତାପର ବିଷୟ ହେଉଛି, ସେ ଏକ ଭଙ୍ଗା ଆଜବେଷ୍ଟସ ଘରେ ରହୁଛନ୍ତି। ଯେଉଁଥିରେ ବର୍ଷା ହେଲେ ପାଣି ମଧ୍ୟ ଗଳୁଛି।
ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ୪ନମ୍ବର ୱାର୍ଡ ରାଜାବଜାର ସୀତାରାମ କଲୋନିରେ ଆଦିକନ୍ଦ ରହୁଛନ୍ତି। ସରକାରଙ୍କ ତରଫରୁ ଘର ଖଣ୍ଡିଏ ଦେବା ପାଇଁ ସେ ଆବେଦନ କରିଥିଲେ ମଧ୍ୟ ପାଇପାରି ନାହାନ୍ତି। ତାଙ୍କ ଛାତ୍ର ଦେବାଶିଷ ମହାପାତ୍ର କହନ୍ତି, କିଛି ବର୍ଷ ତଳେ ବହୁ ଚେଷ୍ଟା କରି ତାଙ୍କ ପାଇଁ କଳାକାର ଭତ୍ତା କରି ଦେଇଥିଲୁ। ସେଥିରୁ ପାଉଥିବା ୨ହଜାର ଟଙ୍କା ଓ ରାସନ କାର୍ଡରେ ମାସକ ଯାକ ଚଳୁଛନ୍ତି। ତେଣୁ ଭଲ ଘରଟିଏ ନଥିବାରୁ ସେ ଅନେକ ସମସ୍ୟାରେ ଗତି କରୁଛନ୍ତି। ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କଲେ ସେ ଉପକୃତ ହେବେ। ଯଦି କେହି ସାହାଯ୍ୟ କରିବାକୁ ଚାହୁଥିବେ ତାହେଲେ ଆଦିକନ୍ଦଙ୍କ ମୋବାଇଲ ନମ୍ବର ୮୮୯୫୫୫୫୧୨୯ ରେ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।
ଭଙ୍ଗା ଆଜବେଷ୍ଟସ୍ ଘରେ ଜଣାଶୁଣା କଳାକାର ଆଦିକନ୍ଦ
ତବଲା ବାଦକ ଆଦିକନ୍ଦ ସାହୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା। ପାଲାଠାରୁ ଆରମ୍ଭ କରି ବିବାହ, ବ୍ରତଘର, ସାଂସ୍କୃତିକ ଉତ୍ସବ ଭଳି ଅନେକ କାର୍ଯ୍ୟକ୍ରମ ହେଲେ ଆଦିକନ୍ଦଙ୍କୁ ଖୋଜା ପଡ଼େ। ବଦଳରେ ଯିଏ ଯାହା ଦେଉଥିଲେ ସେଥିରେ ତାଙ୍କ ଜୀବନ ଅତିବାହିତ...
/sambad/media/media_files/2025/07/17/jgchgfcd-2025-07-17-06-53-19.jpg)