ଭୁବନେଶ୍ବର: ବାତ୍ୟା ଫନି ଯୋଗୁଁ ଜଣେ ବ୍ୟକ୍ତି ନିଜ ଚୋରି ବାଇକ୍ ଫେରି ପାଇଛନ୍ତି। ଏଭଳି ଏକ ଘଟଣା ଘଟିଛି ସହିଦନଗର ଥାନା ଅଞ୍ଚଳରେ। ସୂଚନା ମୁତାବକ, କିଛିଦିନ ତଳେ ତନ୍ମୟ ଦାଶ ନାମକ ଜଣେ ବ୍ୟକ୍ତି ୟୁନିଟ୍-୩ ଖାରବେଳନଗର ଅଞ୍ଚଳରେ ଥିବା ଏକ ମଲ୍କୁ ଯାଇଥିଲେ। ସେ ଆଇଆର୍ସି ଭିଲେଜ ସ୍ଥିତ ଘରକୁ ଫେରିବା ବେଳକୁ କେହି ତାଙ୍କ ବାଇକ୍ ନେଇଯାଇଥିଲା। ଏନେଇ ସେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ବାତ୍ୟା ଫନି ସମୟରେ ଲୁଟେରା ଜଣକ ଉକ୍ତ ବାଇକ୍ ଧରି ଆପୋଲୋ ହସ୍ପିଟାଲ୍ ସ୍ଥିତ ମାର୍କେଟ୍ ନିକଟରେ ବୁଲୁଥିଲେ। ପ୍ରବଳ ପବନ ଓ ବର୍ଷା ଫଳରେ ବାଇକ୍ ନନେଇ ପାରି ସେଠାରେ ଛାଡ଼ିଦେଇଥିଲେ। ପରଦିନ ସକାଳୁ ସହିଦନଗର ଥାନା ରାଇଟର୍ ରାଜେନ୍ଦ୍ର ସାହୁ ଉକ୍ତ ଅଞ୍ଚଳକୁ ଯାଇଥିବା ସମୟରେ ରାସ୍ତା ମଝିରେ ବାଇକ୍ ପଡ଼ିରହିଥିବା ଦେଖି ସନ୍ଦେହ କରିଥିଲେ। ଏହାପରେ ବାଇକ୍ଟିକୁ ଅଟୋରେ ଥାନାକୁ ନେଇଥିଲେ। ନମ୍ବର ଯାଞ୍ଚକରି ତନ୍ମୟଙ୍କୁ ଯୋଗାଯୋଗ କରି ଥାନାକୁ ଡ଼ାକିଥିଲେ। କାଗଜପତ୍ର ଯାଞ୍ଚ ପରେ ତାଙ୍କୁ ବାଇକ୍ ହସ୍ତାନ୍ତର କରାଯାଇଥିଲା।
ବାତ୍ୟା ଫେରାଇଲା ଚୋରି ବାଇକ୍
/sambad/media/post_attachments/wp-content/uploads/2019/01/bike.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)