ଭୁବନେଶ୍ବର : ବାତ୍ୟା ପରେ ବିଏମ୍ସି ପକ୍ଷରୁ ରାଜଧାନୀରେ ମୁଖ୍ୟମନ୍ତ୍ରୀ ରିଲିଫ ସହାୟତା ବଣ୍ଟା ଯାଇଥିଲା। ଏଥିରେ ରାସନ୍ କାର୍ଡ ଥିବା ୧,୦୪,୮୧୪ଜଣ ହତାଧିକାରୀଙ୍କ ମଧ୍ୟରୁ ୯୨,୭୨୧ ଜଣ ଅଢ଼େଇ ହଜାର ଟଙ୍କା ଏବଂ ୫୦କେଜି ଲେଖାଏଁ ସହାୟତା ନେଇଛନ୍ତି। ସେହିପରି ରାସନ୍ କାର୍ଡ ନଥିବା ମୋଟ୍ ୮୩୭୬ ଜଣ ବଳକା ହିତାଧିକାରୀଙ୍କ ମଧ୍ୟରୁ ୬୦୧୬ଜଣ ଅଢେଇ ହଜାର ଟଙ୍କା ଲେଖାଏଁ ପାଇଛନ୍ତି। ସେମାନଙ୍କୁ ଅଙ୍ଗନୱାଡିରେ ଥିବା ତାଲିକା ଅନୁଯାୟୀ ସହାୟତା ପ୍ରଦାନ କରାଯାଇଛି। ଏହାବାଦ୍ ସାମାଜିକ ସୁରକ୍ଷା ଯୋଜନାରେ ୨୧୫୧୨ଜଣ ହିତାଧିକାରୀ ପେନସନ୍ ପାଉଥିବା ବେଳେ ୧୩୮୪୭ଜଣଙ୍କୁ ଗୋଟିଏ ମାସର ଅତିରିକ୍ତ ପେନସନ୍ ପ୍ରଦାନ କରାଯାଇଛି।
୯୮୭୩୭ ହିତାଧିକାରୀଙ୍କୁ ମିଳିଛି ବାତ୍ୟା ସହାୟତା
/sambad/media/post_attachments/wp-content/uploads/2019/06/fani-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)