ଚନ୍ଦ୍ରଶେଖରପୁର: ରକ୍ ଅନ୍...ତୋ ଜିନ୍ଦା ହୋ ତୁମ୍...ସେନୋରିଟା..ଆଦି ହିଟ୍ ଗୀତରେ ରାଜଧାନୀର ଶୀତୁଆ ସନ୍ଧ୍ୟାକୁ ଉଷ୍ମ କରିଥିଲେ ବଲିଉଡ୍ର ଲୋକପ୍ରିୟ ଅଭିନେତା ତଥା କଣ୍ଠଶିଳ୍ପୀ ଫରହାନ୍ ଅଖତାର୍। ଆଜି ରାତି ପ୍ରାୟ ୯ଟାରେ ଆରମ୍ଭ ହୋଇଥିବା ଫରହାନ୍ ଅଖତାର୍ ସୋ’ର କ୍ରେଜ୍ ସନ୍ଧ୍ୟାରୁ ହିଁ ଦେଖିବାକୁ ମିଳିଥିଲା। ଏକ୍ସଆଇଏମ୍ବି ଶିକ୍ଷାନୁଷ୍ଠାନର ଏକ୍ସ୍ପ୍ରେସନ୍ ୨୦୧୭ରେ ଆୟୋଜିତ ଏକ କନ୍ସର୍ଟରେ ଫରହାନ୍ ଅଖତାର୍ ଓ ତାଙ୍କର ଟିମ୍ ଜମାଣିଆ ପ୍ରଦର୍ଶନ କରିଥିଲେ। ସନ୍ଧ୍ୟା ୫ଟାରୁ ହିଁ ଜାଭିୟର୍ ଛକ ଲୋକରଣ୍ୟ ହୋଇପଡ଼ିଥିଲା।
/sambad/media/post_attachments/wp-content/uploads/2017/11/madhu-XIMB-Programme-at-XIMB-Campus-1-1-300x200.jpg)
ରାଜଧାନୀର ପ୍ରାୟ ସମସ୍ତ କଲେଜ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫରହାନଙ୍କ ଯାଦୁ ଦେଖିବାକୁ ମିଳିଥିଲା ଆଜି। ପ୍ରିୟ ତାରକାଙ୍କ ଏକ ଝଲକ୍ ପାଇବାକୁ ଲାଗିଥିଲା ଲମ୍ବା ଲାଇନ୍। ପ୍ରାୟ ୨୦,୦୦୦ ଯୁବଗୋଷ୍ଠୀଙ୍କ ସମାଗମ ଘଟିଥିଲା ଏକ୍ସଆଇଏମ୍ବି ଏକ୍ସ୍ପ୍ରେସନ୍ ୨୦୧୭ କାର୍ଯ୍ୟକ୍ରମରେ। ଫରହାନ୍ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ନିରାଶ କରି ନଥିଲେ। ସେ କଣ୍ଠଦାନ କରିଥିବା ବିଭିନ୍ନ ଗୀତକୁ ନିଜେ ଗାଇ ବେଶ୍ ମନୋରଞ୍ଜନ କରିଥିଲେ। ରକ୍ ଅନ୍ ଗୀତର ତାଳେ ତାଳେ ଉପସ୍ଥିତ ଯୁବଗୋଷ୍ଠୀ ମତୁଆଲା ହୋଇଥିଲେ। ଭାଗ୍ ମିଲ୍ଖା ଭାଗ୍ର ଏହି ତାରକାଙ୍କୁ ଦେଖିବାକୁ ରାଜଧାନୀର ଅଧିକାଂଶ ଯୁବଗୋଷ୍ଠୀ ଯେପରି ପାଗଳ ହୋଇଯାଇଥିଲେ। ଏକ୍ସଆଇଏମ୍ବିର ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/madhu-ximb.jpg)