ଭୁବନେଶ୍ବର: ପପ୍ ସଂଗୀତରେ ଝୁମିବା ସହ ହିପ୍-ହପ୍ ନୃତ୍ୟ ଉପଭୋଗର ସୁଯୋଗ ଆଣିଦେଇଥିଲା ଆଜିର ଡଟ୍ ଫେଷ୍ଟ୍ ସନ୍ଧ୍ୟା। ଅଙ୍କୁର ତିୱାରି ଓ ଘେଲଟ୍ ଫ୍ୟାମିଲିଙ୍କ ସଂଗୀତ ସାଙ୍ଗକୁ ନୃତ୍ୟରେ ବିଭୋର କରିଥିଲେ ଭି ଡ୍ୟାନ୍ସ କମ୍ପାନି। ବଲିଉଡ୍ ଚଳଚ୍ଚିତ୍ର ଏବିସିଡି ୨ର ବାସ୍ତବ କାହାଣୀ ପଛରେ ଥିବା ଜଣାଶୁଣା ହିପ୍-ହପ୍ ନୃତ୍ୟ ଦଳ ଭି ଡ୍ୟାନ୍ସ କମ୍ପାନି ଦେବା ଶ୍ରୀ ଗଣେଶା.., ଘୁମର.., ସ୍ବାଗ୍ ସେ ସ୍ବାଗତ.., ଖଲ୍ବଲି, ମହ୍ଲାରି ଭଳି ସଂଗୀତରେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ଜିଣିଥିଲେ। ଭେର୍ଣ୍ଣନ୍ ମଣ୍ଟେଇରୋଙ୍କ ନୃତ୍ୟ ନିର୍ଦେଶନାରେ ୨୫ଜଣ ନୃତ୍ୟଶିଳ୍ପୀ ନୃତ୍ୟ ଭେଟି ଦେଇଥିଲେ। ପରେ ରାତ ଗୟି ବାତ୍ ଗୟି ଓ ଜନ୍ନତ ଆଲ୍ବମ୍ ପାଇଁ ସମଗ୍ର ଦେଶରେ ପରିଚୟ ସୃଷ୍ଟି କରିଥିବା ଅଙ୍କୁର୍ ତିୱାରି, ଘେଲଟ୍ ଫ୍ୟାମିଲି ୟାରୋଁ.., ଚାନ୍ଦ ଚାହିୟେ.., ତେରି ୟାଦ୍.., ମୁସାଫିର୍.., ଘଲତ୍ଫେହମିୟାଁ ଭଳି ଗୀତରେ ଦର୍ଶକଙ୍କୁ ବିଭୋର କରିଥିଲେ। ଏଥିସହ ଶଶାଙ୍କ ଓ ଦେବାଶିଷଙ୍କ କଣ୍ଠରେ ହିନ୍ଦୀ ଓ ଓଡ଼ିଆ ଗୀତ ଶୁଣିବାକୁ ମିଳିଥିଲା। ଆଜି ଅନୁସୂଚିତ ଜାତି ଜନଜାତି ହଷ୍ଟେଲ୍ର ୨୫୦ ଜଣ ଛାତ୍ରଛାତ୍ରୀ ଅନ୍ତର୍ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ୍ରେ ଖାଦ୍ୟର ମଜା ନେବା ସହ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।
ହିପ୍-ହପ୍ ଫେଷ୍ଟ୍, ଆଜି ଫରହାନ୍ ଅଖ୍ତର ଲାଇଭ୍
/sambad/media/post_attachments/wp-content/uploads/2018/12/Untitled-19-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)