ଭୁବନେଶ୍ୱର, ୩୦।୧୨ (ଇମିସ): ସରକାର ଡିସେମ୍ବର ୩୧ରୁ ଜାନୁଆରି ୨ତାରିଖ ଯାଏ କଟକଣା ଲଗାଇଛନ୍ତି। ମନ୍ଦିରକୁ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି। ସେହିପରି ପିକ୍ନିକ୍ ଉପରେ ବି କଟକଣା ଲଗାଯାଇଛି। ତେଣୁ ଆଜିର ଦିନକୁ ରାଜଧାନୀବାସୀ ବର୍ଷର ଶେଷ ଦିନ ଭାବେ ପାଳନ କରି ନେଇଛନ୍ତି। ଏଥିପାଇଁ ଆଜି ରାଜଧାନୀ ବେଶ୍ ଚଳଚଞ୍ଚଳ ହୋଇପଡ଼ିଥିଲା। ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଭୋଜିଭାତ, ବୁଲାବୁଲି ସହ ହୋଟେଲଗୁଡ଼ିକରେ ଜମିଥିଲା ଖିଆପିଆ, ନାଚଗୀତର ଆସର। ବିଭିନ୍ନ ମଲ୍, ସପିଂ କଂପ୍ଲେକ୍ସ ଓ ସୋ’ ରୁମ୍ରେ ଅଫର୍ ଧମାକା ସପିଂ ମଜାକୁ ଦ୍ବିଗୁଣିତ କରିଥିଲା। ରାଜ୍ୟ ସଂଗ୍ରହାଳୟଠାରୁ ଆରମ୍ଭ କରି ସିନେମା ହଲ୍, ପ୍ଲାନେଟାରିୟମ୍ ପର୍ଯ୍ୟନ୍ତ ସବୁଠି ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଦର୍ଶନୀ ପଡ଼ିଆରେ ପଡ଼ିଥିବା ଶିଶିର ସରସ ମେଳା ବି ବାଦ୍ ପଡ଼ିନଥିଲା।ଖାଲି ସେତିକି ନୁହେଁ, ନୂଆବର୍ଷ ପାଇଁ ରାଜଧାନୀର ପ୍ରମୁଖ ଛକ ବଜାର, ସପିଂ ମଲ୍ଠାରୁ ଆରମ୍ଭ ହୋଟେଲ୍ ସବୁ ସଜେଇ ହେଲେଣି। ରଙ୍ଗବେରଙ୍ଗ ଫୁଲର ପସରାରେ ରାଜଧାନୀକୁ ରଙ୍ଗିନ୍ କରିବାକୁ ଫୁଲ ବେପାରୀ ବି ପୂରା ଦମ୍ରେ ଲାଗି ପଡ଼ିଛନ୍ତି। ନୂଆବର୍ଷକୁ ନିଆରା କରିବାକୁ କିଏ ଭେରାଇଟି କେକ୍ ପାଇଁ ଅଗ୍ରୀମ ଦେଇସାରିଲାଣି ତ’ କିଏ ଭିନ୍ନ ଧରଣର ବୁକେ ପାଇଁ ଅର୍ଡର୍ କଲାଣି। ମୋଟ୍ ଉପରେ ରାଜଧାନୀ ଏବେ ସେଲିବ୍ରେସନ୍ ମୁଡ୍ରେ ରହିଛି। ଖାଲି ଯାହା ନୂଆବର୍ଷକୁ ଅପେକ୍ଷା...
ଜମିଲା ରାଜସ୍ଥାନୀ ଓ ଓଡ଼ିଆ ପିଠାର ବେପାର
ଆଜି ଶିଶିର ସରସ ମେଳାରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବହୁ ଉତ୍ପାଦ ଓ ଘରକରଣା ସାମଗ୍ରୀକୁ କିଣିବା ଓ ନୂଆ ଜିନିଷ ଦେଖିବାକୁ ମେଳାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା। ଫୁଡ୍କୋର୍ଟରେ ରାଜସ୍ଥାନୀ ଖାଦ୍ୟ ଓ ଓଡ଼ିଆ ପାରମ୍ପରିକ ପିଠା ଖୁବ୍ ଚାହିଦାରେ ଥିଲା। ଆସନ୍ତାକାଲି ଶୁକ୍ରବାର ଥିବାରୁ ବାରିପଦା ମୁଢ଼ିମାଂସ, ମାଂସ କଷା-ଚକୁଳି ଓ ମଟନ୍ ବିରିୟାନିର ଅଧିକ ଚାହିଦା ରହିବ। ଏଣୁ ମୟୂରଭଞ୍ଜରୁ ଆସିଥିବା ଏହି ଷ୍ଟଲ ଆସନ୍ତାକାଲି ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ କରି ଦେଇଛି।
/sambad/media/post_attachments/wp-content/uploads/2021/12/5d4g654ad65gdgdagda.jpg)
ଭୋଜିଭାତ, ବୁଲାବୁଲିରେ କଟିଲା ଦିନ, ମଲ୍, ହଲ୍, ମେଳାରେ ଜମିଲା ଭିଡ଼
ସହର ସାରା ଆନନ୍ଦ ଉତ୍ସବର ମାହୋଲ, ନବବର୍ଷକୁ ସ୍ବାଗତ ପାଇଁ ସଜବାଜ
ଜମିବ ଫୁଲ ବେପାର
/sambad/media/post_attachments/wp-content/uploads/2021/12/56d4g65ad46dg5a4g65da.jpg)
ନୂଆବର୍ଷରେ ଫୁଲ ବେପାର ସବୁଠାରୁ ଅଧିକ ଜମେ। ଏଥିପାଇଁ ବେପାରୀମାନେ କୋଲ୍କାତା, ବେଙ୍ଗାଲୁରୁ ଓ ଥାଇଲାଣ୍ଡ ଆଦିରୁ ଫୁଲ ମଗାଇବା ଆରମ୍ଭ କରିଦେଲେଣି। ଲିଲି, କାନେଶାନ୍(୩୫), ଆର୍ଚିତ୍, ବିଓପି, ଆନ୍ଥୋରିୟମ୍(୭୫), ଜାର୍ଭେରା, ଗାଡ୍ଡି, ଷ୍ଟାର୍, ସେବତୀ, କିସାନ୍ତିବାର୍, ଡାଜ୍ ରୋଜ୍ଠାରୁ ଆରମ୍ଭ କରି ଲାଲ୍, ନାରଙ୍ଗୀ, ହଳଦିଆ, ଗୋଲାପି, ଧଳା ଆଦି ବିଭିନ୍ନ ପ୍ରକାରର ଗୋଲାପ ଫୁଲ ବାହାରୁ ଆମଦାନି କରାଯାଉଛି। ଏହାସହ ଏରିକା, ସୋନାବିଣ୍ଡା ଓ ପାରାକମ୍ ଆଦି ପତ୍ର ମଧ୍ୟ ଏଥିରେ ରହିଛି। ଅନ୍ୟ ଦିନ ଅପେକ୍ଷା ନୂଆବର୍ଷକୁ ଫୁଲ ବେପାର ବେଶ୍ ଜମେ ବୋଲି କହିଛନ୍ତି ବାବା ପଞ୍ଚଲିଙ୍ଗେଶ୍ବର ଫ୍ଲୋରିଷ୍ଟର ସ୍ବତ୍ବାଧିକାରୀ ସୂର୍ଯ୍ୟକାନ୍ତ ସ୍ବାଇଁ। ‘ଆର୍ଚିତ’ ସ୍ୱତନ୍ତ୍ର ଭାବେ ଥାଇଲାଣ୍ଡରୁ ଆମଦାନୀ ହେଉଥିବା ବେଳେ ଗୋଲାପ ସବୁ କୋଲ୍କାତାରୁ ଆସିଥାଏ। ଲିଲିର ଦାମ୍ ଗୋଟେ ପିଛା ୧୫୦ଟଙ୍କା ଥିବା ବେଳେ କାନେଶାନ୍ ୩୫ଟଙ୍କା, ଆନ୍ଥୋରିୟମ୍ ୭୫ ଟଙ୍କା ଓ ତାଜମହଲ ଗୋଲାପ ଗୋଟା ୩୦ଟଙ୍କା ଲେଖାଏଁ ରହିଛି। ମହାଲକ୍ଷ୍ମୀ ପୁଷ୍ପାଳୟର ସୁବାସ ଚନ୍ଦ୍ର ଜେନା କହିଛନ୍ତି, ଚଳିତବର୍ଷ କଲିକତା ଗୋଲାପ ଦାମ ୬ ରୁ ୧୦ଟଙ୍କା ଓ ବେଙ୍ଗାଲୁରୁ ଗୋଲାପ ୨୦ରୁ ୨୫ଟଙ୍କାରେ କିଣା ହୋଇଛି। ତେଣୁ ଫୁଲତୋଡ଼ାର ଦାମ ସର୍ବନିମ୍ନ ୫୦ରୁ ୧୦୦ ଟଙ୍କା ମଧ୍ୟରେ ରହିବ।
ହୋଟେଲଗୁଡ଼ିକରେ ସ୍ବତନ୍ତ୍ର ଖାଦ୍ୟ ମେନ୍ୟୁ
ଜିରୋ-ନାଇଟ୍ ସେଲିବ୍ରେସନ୍ ଉପରେ ରୋକ୍ ଲଗାଯାଇଥିବାରୁ ହୋଟେଲଗୁଡ଼ିକରେ ଏଥର କୌଣସି ସ୍ବତନ୍ତ୍ର ଆୟୋଜନ ନାହିଁ। କିନ୍ତୁ ନୂଆବର୍ଷରେ ଗ୍ରାହକଙ୍କୁ ନୂଆ ଅନୁଭୂତି ଦେବାକୁ ବିଭିନ୍ନ ହୋଟେଲରେ ସ୍ବତନ୍ତ୍ର ମେନ୍ୟୁ ପ୍ରସ୍ତୁତ ହୋଇଛି। ହୋଟେଲ ସ୍ବସ୍ତିଗ୍ରାଣ୍ଡରେ ଗ୍ରାହକଙ୍କ ପାଇଁ ହାଏ ଭାଲ୍ୟୁଡ୍ ଡିସ୍ ଯଥା, ଚିଙ୍ଗୁଡ଼ି, ପମଫ୍ରେଟ୍, କଙ୍କଡ଼ା ଆଦି ଭିନ୍ନ ଭିନ୍ନ ଆଇଟମ୍ ଏହି ଅବସରରେ ଉପଲବ୍ଧ ହେବ। ଏଥିସହ ବିଭିନ୍ନ ହୋଟେଲରେ କରୋନା କଟକଣାକୁ ନଜରରେ ରଖି ବୁଫେ ବ୍ୟବସ୍ଥା କରାଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/65d4g654ag654g65gdagdagda.jpg)