ବାଲିପାଟଣା: ତିତ୍ଲି ପ୍ରଭାବରେ ଗତ ଗୁରୁବାର ହୋଇଥିବା ଲଗାଣ ବର୍ଷା ଏବେ ବାଲିପାଟଣା ଅଞ୍ଚଳର ଚାଷୀଙ୍କ ନିଦ ହଜେଇ ଦେଇଛି। ୧୪୫.୪ ମିମି ବର୍ଷା ହୋଇଥିବାରୁ ବାଲିପାଟଣା ବ୍ଲକର କୁରୁଞ୍ଜିପୁର, ପମ୍ପାଲୋ, ରାଜସ ଆଦି ପଞ୍ଚାୟତର ହଜାର ହଜାର ଚାଷୀଙ୍କ ଧାନ ଗଛ ଏବେ ବର୍ଷା ଜଳରେ ବୁଡ଼ି ରହିଛି। କୁରୁଞ୍ଜିପୁର ପଞ୍ଚାୟତର ଅନ୍ଧୋଟି, ଦଳକଷୋଟି, ସାନମାଛପୁର, ଇନ୍ଦୋଳକୁସିଆରୀ, ପମ୍ପାଲୋ, ଟିକିପଡ଼ି, ଦରଡ଼ା ଏବଂ ରାଜସ ପପଞ୍ଚାୟତର ଗରିଆ ଆଦି ଅଞ୍ଚଳର ଚାଷଜମି ଏବେ ବି ପାଣି ଘେରରେ ରହିଛି। ସେହିପରି କୁରୁଞ୍ଜିପୁର ପଞ୍ଚାୟତର ଘାସି ଆନ୍ଧୋଟି, ଦଳ କଷୋଟି ଓ ସାନମାଛପୁରର କ୍ଷେତରେ ଏବେ ବର୍ଷା ଜଳ ଅଣ୍ଟେ ଉଚ୍ଚରେ ଜମି ରହିଛି। ତିନିଦିନ ତଳୁ ବର୍ଷା ଛାଡ଼ିଥିଲେ ବି କ୍ଷେତରୁ ପାଣି ଛାଡ଼ୁ ନାହିଁ। ନିମାପଡ଼ା ନିକଟରେ ଏକ ଡ୍ରେନର ସାଇଫନ ବନ୍ଦ ହେବା କାରଣରୁ ଏଭଳି ପରିସ୍ଥିତି ଉପୁଜିଥିବା କେତେକ ଚାଷୀ କହିଛନ୍ତି। ଗତ ଲଘୁଚାପ ଜନିତ ବର୍ଷାରେ ଏହି ଅଞ୍ଚଳର ଶତକଡ଼ା ୪୮ ପ୍ରତିଶତ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା କ୍ଷୟକ୍ଷତି ଆକଳନ ରିପୋର୍ଟ ସରକାରୀ ସ୍ତରରେ ପ୍ରସ୍ତୁତ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ଏହି ସହାୟତା ମିଳିପାରି ନାହିଁ। ତେବେ ପ୍ରଶାସନ ଓ ଡ୍ରେନେଜ୍ ବିଭାଗ ବର୍ଷା ଜଳ ନିଷ୍କାସନ କରେଇବା ସହ କ୍ଷତିପୂରଣ ଦେବାକୁ ଚାଷୀମାେନ ଦାବି କରିଛନ୍ତି।
ତିନିଦିନ ପରେ ବି ଛାଡ଼ୁନି ବର୍ଷା ଜଳ, ଚିନ୍ତାରେ ଚାଷୀ
/sambad/media/post_attachments/wp-content/uploads/2018/10/balipatana-banya-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)