ଭୁବନେଶ୍ବର: ରାକ୍ଷୀ ଓ ତେଜ୍ ପର୍ବକୁ ଦୃଷ୍ଟିରେ ରଖି ହୋଟେଲ ମେ’ ଫେୟାରରେ ଫ୍ୟାସନ ପ୍ରଦର୍ଶନୀ ସୂତ୍ର ଉଦ୍ଘାଟିତ ହୋଇଛି। ୧୬ ଓ ୧୭ ତାରିଖରେ ଦୁଇ ଦିନ ବ୍ୟାପୀ ହେବାକୁ ଥିବା ଏହି ପ୍ରଦର୍ଶନୀର ବିଶେଷ ଆକର୍ଷଣ ରହିଛି ହାତ ତିଆରି ରାଖୀ। ଏହା ସହିତ ବିଭିନ୍ନ ଅଳଙ୍କାର, ଫୁଟ୍ ୱେୟାର, ବ୍ରାଇଡାଲ ୱେୟାର, ପର୍ସ, ଗାଉନ, କୁର୍ତ୍ତି, ଶାଢ଼ି ଆଦି ବିଭିନ୍ନ ସାମଗ୍ରୀ ବିକ୍ରି ପାଇଁ ମଧ୍ୟ ରହିଛି। ପ୍ରଦର୍ଶନୀରେ ମୋଟ ୫୦ଟି ଷ୍ଟଲ ଖୋଲାଯାଇଛି।
ସାରା ଭାରତର ବଛାବଛା କାରିଗରଙ୍କ ସାମଗ୍ରୀ ଏଠାରେ ଉପଲବ୍ଧ ରହିଛି। ଏହି ପ୍ରଦର୍ଶନୀ ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଆଜି ପ୍ରଥମ ଦିନରେ ବହୁ ଗ୍ରାହକ ମନପସନ୍ଦର ଜିନିଷ କିଣିଥିବା ପ୍ରଦର୍ଶନୀ ପରିଚାଳକ ପୁନୀତ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/32-11.jpg)