ଚନ୍ଦ୍ରଶେଖରପୁର: ସୌନ୍ଦର୍ଯ୍ୟ କେବଳ ଶରୀରର ବାହ୍ୟ ଚାକଚକ୍ୟରେ ସୀମିତ ନଥାଏ। ଏହା ହେଉଛି ବ୍ୟକ୍ତିର ଅନ୍ତର୍ନିହିତ ଅପୂର୍ବ ଅଭିବ୍ୟକ୍ତି। ଦେଖୁଥିବା ଆଖି ଯୋଡ଼ିକରେ ଲୁଚି ରହିଥାଏ ଏହି ସ୍ୱର୍ଗୀୟ ଅନୁଭବ। ଏହାକୁ ପ୍ରମାଣ କରିଛନ୍ତି ଆଲ୍ଲୀଗଡ଼, ଆଗ୍ରା ଏବଂ ଲକ୍ଷ୍ନୌର ସିରୋଜ କ୍ୟାଫେ ଆଦି ସ୍ଥାନରୁ ଆସିଥିବା ଏସିଡ୍ ପୀଡ଼ିତା। ଜୀବନ ଯୁଦ୍ଧରେ ହାର୍ ନ ମାନିବାକୁ ପଣ କରିଥିବା ଏହି ଆଠଜଣ ଯୁବତୀ ନିଜର ଅଦମ୍ୟ ସାହସ ଓ ନିଷ୍ଠା ବଳରେ ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଅନୁତାପ କରିବାକୁ ବାଧ୍ୟ କରିଛନ୍ତି ସେହି ସଇତାନ୍ମାନଙ୍କୁ, ଯେଉଁମାନେ ସେମାନଙ୍କ ମୁହଁର ସୌନ୍ଦର୍ଯ୍ୟକୁ ସବୁଦିନ ପାଇଁ ଏସିଡ୍ର ନିଆଁରେ ଧ୍ୱଂସ କରି ଦେଇଥିଲେ। କାହାକୁ ଭଉଣୀର ଦିଅର ଏସିଡ୍ ଫିଙ୍ଗିଥିଲା ତ କାହାକୁ ଭୋଗିବାକୁ ପଡ଼ିଥିଲା ଏକତରଫା ପ୍ରେମର କରୁଣ ପରିଣତି। ତଥାପି ର୍ୟାମ୍ପ୍ରେ ସେମାନଙ୍କ କମାଲ୍ ଦେଖିବାକୁ ମିଳିଥିଲା। ଅବସର ଥିଲା ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ‘କିଆ ଫ୍ୟାସନ ସୋ’ର ୨ୟ ସଂସ୍କରଣ। ଏହି ନିଆରା ଫ୍ୟାସନ୍ ସୋରେ ଏହି ଏସିଡ୍ ପୀଡ଼ିତାମାନେ ସର୍ବସମ୍ମୁଖରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ବଲିଉଡ୍ ଅଭିନେତ୍ରୀ ଟିସ୍କା ଚୋପ୍ରାଙ୍କ ସହିତ ର୍ୟାମ୍ପରେ ଚାଲୁଥିବା ବେଳେ ଉପସ୍ଥିତ ଦର୍ଶକ ସେମାନଙ୍କୁ ପ୍ରଶଂସା କରିଥିଲେ। ଓଲିଉଡ୍ ଅଭିନେତା ବିଜୟ ମହାନ୍ତି, ବିଶିିଷ୍ଟ ଶିକ୍ଷାବିତ୍ ଅନ୍ନପୂର୍ଣ୍ଣା ପାଣ୍ଡେ, ଉଦ୍ୟୋଗୀ ରଶ୍ମି ସାହୁ, ଲିଟିଲ୍ ମିସ୍ ୟୁନିଭର୍ସ-୨୦୧୭ ପଦ୍ମାଳୟ ନନ୍ଦ ପ୍ରମୁଖ ଉପସ୍ଥିତି ରହି ସେମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଏସିଡ୍ ପୀଡ଼ିତାଙ୍କ ପାଇଁ ନିଯୁକ୍ତି ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ପାଇଁ ପ୍ରୟାସ କରି ଆସିଥିବା ଛାଁଓ ଫାଉଣ୍ଡେସନ୍ ଏହି କାର୍ଯ୍ୟକ୍ରମରେ ସହଯୋଗ ଯୋଗାଇ ଦେଇଥିଲା। ସାରା ଭାରତରେ ଏସିଡ୍ ଆକ୍ରମଣକୁ ରୋକିବା ଅଭିଯାନର ସଦସ୍ୟ ତଥା ଟେଲିଭିଜନ୍ ଉପସ୍ଥାପିକା ଲକ୍ଷ୍ମୀ ଅଗ୍ରୱାଲ୍ ମଧ୍ୟ ଏହି ସୋ’ରେ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରୁ ସଂରକ୍ଷିତ ପାଣ୍ଠିକୁ ଆସନ୍ତା ଅଳକାନନ୍ଦ ଛାତ୍ରବୃତ୍ତି ଯୋଜନାରେ ବ୍ୟବହାର କରାଯିବ। ଏହା ରାଜ୍ୟର ସହରାଞ୍ଚଳର ବସ୍ତିଗୁଡ଼ିକରେ ଅଧାରୁ ପାଠପଢ଼ା ଛାଡ଼ୁଥିବା ଝିଅମାନେ ପୁଣିଥରେ ପାଠ ପଢ଼ିବାର ସୁଯୋଗ ପାଇପାରିବା ନେଇ ଆୟୋଜକମାନଙ୍କ ପକ୍ଷରୁ ସୂଚନା ମିଳିଛି। ପରିଚୟ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏସିଡ୍ ପୀଡ଼ିତାଙ୍କ ନିଆରା ଫ୍ୟାସନ୍ ସୋ’
ହାର୍ ନହିଁ ମାନେଙ୍ଗେ...
/sambad/media/post_attachments/wp-content/uploads/2017/11/madhu-Paricaya-Faction-Show-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)