‘ସୂତ୍ର’ ପକ୍ଷରୁ ଫ୍ୟାସନ୍‌ ପ୍ରଦର୍ଶନୀ

ଭୁବନେଶ୍ବର: ଦୀପାବଳି ଅବସରରେ ‘ସୂତ୍ର’ ପକ୍ଷରୁ ଦୁଇଦିନିଆ ଭାରତୀୟ ଫ୍ୟାସନ୍‌ ପ୍ରଦର୍ଶନୀ ହୋଟେଲ ମେ’ ଫେୟାରରେ ଆରମ୍ଭ ହୋଇଛି। ୨୮ ଓ ୨୯ ତାରିଖ ଏହି ଦୁଇ ଦିନ ପାଇଁ ଆୟୋଜିତ ହୋଇଥିବା ଏହି ମେଳାରେ ୩୭ଟି ଷ୍ଟଲ୍‌ ରହିଛି। ଏଠାରେ ଲାଇଫ୍‌ ଷ୍ଟାଇଲ୍ ଉତ୍ପାଦ ସହ ଫ୍ୟାସନ୍‌ ଡିଜାଇନର ଓ ଘରକରଣା ଜିନିଷ ଉପଲବ୍ଧ ହେଉଛି। ସକାଳ ୧୦ଟାରୁ ରାତି ୮ ପର୍ଯ୍ୟନ୍ତ ଷ୍ଟଲ୍‌ଗୁଡ଼ିକ ଖୋଲା ରହୁଛି ଓ ଆଜି ପ୍ରଥମ ଦିନ‌ରେ ଏଠାରେ ବେଶ୍ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ମେଳାରେ ପାରମ୍ପରିକ ଭାରତୀୟ ପୋଷାକଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ପାଶ୍ଚାତ୍ୟ ପୋଷାକ, ସ୍ମାର୍ଟ କାଜୁଆଲ୍‌ଠାରୁ ଟ୍ରେଣ୍ଡି ଚିକ୍, ଦୈନନ୍ଦିନ ଉତ୍ପାଦ, ଏକ୍ସକ୍ଲୁସିଭ୍ ଡିଜାଇନର ‌ୱେୟର୍‌, ଜୁଏଲାରି, ଆସୋସୋରିଜ୍, ଫୁଟ୍‌ୱେୟର୍‌ ଓ ଘର ସଜ୍ଜାଇବା ପାଇଁ ଉତ୍ପାଦ ଉପଲବ୍ଧ ହେଉଛି। ଏଭଳି ପ୍ରଦର୍ଶନୀ ମେଳା ଭୁବନେଶ୍ବର ସମେତ ଲକ୍ଷ୍ନୌ, ନାଗପୁର, ରାଞ୍ଚି, ହାଇଦ୍ରାବାଦ, ଇନ୍ଦୋର, ରାୟପୁର, ଗୌହାଟୀ, ପାଟନା, ବେଙ୍ଗାଲୁରୁ, ଅହମ୍ମଦାବାଦ, ସୁରଟ, କାନପୁରଠାରେ ଆୟୋଜିତ ହୋଇଛି। ଏଥିରେ ୧୦୦ରୁ ଅଧିକ ଉଦ୍ୟୋଗୀ ଯୋଗଦେଇ ନିଜର ଉତ୍ପାଦଗୁଡ଼ିକ ପ୍ରଦର୍ଶିତ କରୁଛନ୍ତି ବୋଲି ସୂତ୍ର ପକ୍ଷରୁ କୁହାଯାଇଛି। ଗତ ୧୧ ବର୍ଷ ଧରି ୪୦୦ ଫ୍ୟାସନ୍‌ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ବୋଲି ସୂତ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର