ଭୁବନେଶ୍ବର: ଫ୍ୟାସନିଷ୍ଟା ପକ୍ଷରୁ ହୋଟେଲ୍ ପାଲ୍ ହାଇଟ୍ସଠାରେ ଲାଇଫ୍ ଷ୍ଟାଇଲ୍ ମେଳା ଉଦ୍ଘାଟିତ ହୋଇଯାଇଛି। ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏହି ପ୍ରଦର୍ଶନୀକୁ ଦେଶର ୨୫ଟି ସହରରୁ ଆସିଥିବା ବ୍ୟବସାୟୀମାନେ ୫୦ରୁ ଅଧିକ ଷ୍ଟଲ୍ ପକାଇଛନ୍ତି।
ଗ୍ରାହକମାନେ ପୋଷାକ, କସମେଟିକ୍, ସୌନ୍ଦର୍ଯ୍ୟ ସାମଗ୍ରୀ, ଅଳଙ୍କାର, ଗୃହ ସାଜସଜା ଉପକରଣ କିଣିପାରିବେ। ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ, ମେୟର ସୁଲୋଚନା ଦାସ, ଓଟିଡିସିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଅଧ୍ୟକ୍ଷା ମୋନାଲିସା ବଳ, ଇଣ୍ଡିଆନ୍ କାଉନସିଲ୍ ଫର୍ ସଷ୍ଟେନବଲ୍ ଫ୍ୟାସନ ନିର୍ଦ୍ଦେଶିକା ସନ୍ଧ୍ୟା ପଟ୍ଟନାୟକ, ସିଆଇଆଇଡବ୍ଲୁଏନ୍ ଅଧ୍ୟକ୍ଷା ଜୟଶ୍ରୀ ମହାନ୍ତି, ପରିଚୟ ଫାଉଣ୍ଡେସନ ନିର୍ଦ୍ଦେଶିକା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର, ଆଦିରାନି ପ୍ରତିଷ୍ଠାତା ଚିଦାତ୍ମିକା ଖଟୁଆ, ଆଇଡବ୍ଲୁଇସି କନ୍ଭେନର ସିକୃତି ପଟ୍ଟନାୟକ, କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ ଏମ୍ଡି ପ୍ରୀତିପଲ୍ଲବୀ ପଟ୍ଟନାୟକ, ମୁନ୍ମୁନ୍ ସିଂହ, ପ୍ରସନ୍ନା ପତି ପ୍ରମୁଖ ଉପସ୍ଥିତ ଥିଲେ। ଫ୍ୟାସନିଷ୍ଟା ଏମ୍ଡି ପୱନ ଶଙ୍କର ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମୁନମୁନ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।