ଭୁବନେଶ୍ବର: ଚଳଚ୍ଚିତ୍ର କଳାକାରମାନଙ୍କ ଭଳି ଯାତ୍ରା କଳାକାରମାନଙ୍କୁ ସମ୍ମାନିତ କରି ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ପ୍ରଥମ ଥର ପାଇଁ ଆରମ୍ଭ ହୋଇଯାଇଛି ‘ଜଲିଉଡ୍ ଚନ୍ଦନ ସମ୍ମାନ ପ୍ରଦାନ ସମାରୋହ’। ଗୀତଗୋବିନ୍ଦ ସଦନଠାରେ ଆଜି ଆୟୋଜିତ ଏହି ସମାରୋହରେ ଯାତ୍ରା ଜଗତର ପ୍ରଖ୍ୟାତ ଖଳନାୟକ ଦାମ ପଣ୍ଡାଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଛି। ସେହିପରି ରୁଦ୍ର ମିଶ୍ରଙ୍କୁ ଶ୍ରେଷ୍ଠ ଅଭିନେତା, ରବୀନ୍ଦ୍ର ଶତପଥୀଙ୍କୁ ଶ୍ରେଷ୍ଠ ହାସ୍ୟାଭିନେତା, ମାମିନା ରାଉତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ମଧୁସୂଦନ ଦାଶଙ୍କୁ ମୁଖ୍ୟ ପରିଚାଳକ ସମେତ ମୋଟ ୫୦ଜଣ ଜଲିଉଡ୍ ଚନ୍ଦନ ସମ୍ମାନ ପ୍ରଦାନ କରାଯାଇଛି। ପ୍ରେରଣା ଗ୍ରିନ୍ ଆର୍ମି ଓ ଓଡ଼ିଶା ବୀର୍ ମହାସଂଘର ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବର ଅଧ୍ୟକ୍ଷତା କରିଥିଲେ ପ୍ରେରଣା ଗ୍ରିନ୍ ଆର୍ମିର କମାଣ୍ଡର ଇନ୍ ଚିଫ୍ ଦିଲ୍ଲୀପ ଶ୍ରୀଚନ୍ଦନ। କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରସନ୍ନ ପଟ୍ଟଶାଣୀ, ପ୍ରାଧ୍ୟାପିକା ପ୍ରତିଭା ମହାରଥୀ, ଓଡ଼ିଶା ବୀର ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ଆଚିଭର୍ ଫାଉଣ୍ଡେସନ୍ର ନିର୍ଦ୍ଦେଶିକା ଅରୁନ୍ଧତୀ ସୁନ୍ଦରାୟ ଓ ଅଧ୍ୟାପକ ଅଜୟ ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଅବନୀ ଜେନା, ଦିବ୍ୟ, ଆଶିଷ, ରମାକାନ୍ତ, ସୁକାନ୍ତ କୁମାର ସାହୁ ଓ ରମାକାନ୍ତ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।
ପ୍ରଥମ ଜଲିଉଡ୍ ଚନ୍ଦନ ସମ୍ମାନ ପ୍ରଦାନ ଉତ୍ସବ: ଦାମ ପଣ୍ଡା ପାଇଲେ ‘ଜୀବନବ୍ୟାପୀ ସାଧନା ସମ୍ମାନ’
ଶ୍ରେଷ୍ଠ ଅଭିନେତ୍ରୀ ମାମିନା ରାଉତ, ଶ୍ରେଷ୍ଠ ଅଭିନେତା ରୁଦ୍ର ମିଶ୍ର
/sambad/media/post_attachments/wp-content/uploads/2020/02/65dg4jdg65j4dg65j465dg4j65dg4j65gdjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)