ଭୁବନେଶ୍ୱର: ନନ୍ଦନକାନନ ନିକଟସ୍ଥ ଶିରିଡ଼ି ସାଇ ସନ୍ଥ ଆଶ୍ରମରେ ଚତୁର୍ଥ ବାର୍ଷିକ ଉତ୍ସବ ଉପଲକ୍ଷେ ଆଜି ବିଶ୍ୱର ପ୍ରଥମ ଶିରିଡ଼ି ସାଇ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଙ୍କୁରାରୋପଣ, କଳସ ଶୋଭାଯାତ୍ରା, ସୂର୍ଯ୍ୟପୂଜା, ଗୁରୁପୂଜା, ଗୋମାତା ପୂଜା, ୧୦୮ ଶିରିଡ଼ି ସାଇ ଘୃତାହୁତି, ସାଇ ସତ୍ଚରିତ ପାଠ, ଭଗବତ୍ ଗୀତା ପାଠ, ବିଷ୍ଣୁ ସହସ୍ର ନାମ, ପୂର୍ଣ୍ଣାହୁତି ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଦେଢ଼ହଜାରରୁ ଅଧିକ ବରିଷ୍ଠ ନାଗରିକ ଯୋଗଦେଇ ଜରାନିବାସର ଅନ୍ତେବାସୀଙ୍କ ସହ ଭାବର ଆଦାନପ୍ରଦାନ କରିଥିଲେ। ଏହି ଉତ୍ସବରେ କଣ୍ଠଶିଳ୍ପୀ ଶରତ କୁମାର ସାହୁ, ସାଇ ଭକ୍ତ ପବିତ୍ର ମୋହନ ସାମଲ ଓ ଶୋଭାକର ଦାସ ଫତେସିଂ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମହାସଂଘର ସଭାପତି ମଧୁମାଧବ ଜେନା, ବରିଷ୍ଠ ଓକିଲ ନିର୍ମଳ ପଟ୍ଟନାୟକ ଓ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇ ଶିରିଡ଼ି ସାଇ ଭକ୍ତିଯୋଗ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ଏକ ମାଗଣା ସ୍ୱାସ୍ଥ୍ୟସେବାର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଆଶ୍ରମର ସଭାପତି ଆଶିଷ କୁମାର ନାୟକ, ମାୟାଧର ନନ୍ଦ ଓ ବିଜୟ କୁମାର ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।
ପ୍ରଥମ ବିଶ୍ୱ ଶିରିଡ଼ି ସାଇ ମହାଯଜ୍ଞ ଅନୁଷ୍ଠିତ
/sambad/media/post_attachments/wp-content/uploads/2017/11/Sai-Baba.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)