ପଦାକୁ ଆସିଲା ନନ୍ଦନକାନନ ବାଘଛୁଆର ପ୍ରଥମ ଫଟୋ

ବାରଙ୍ଗ: ଗତ ୧୩ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୨୮ ‘ଗ’ରେ ସାଧାରଣ ନାଲି ରଙ୍ଗର ବାଘୁଣୀ ଅଙ୍କୀତା ଜନ୍ମ ଦେଇଥିବା ଶାବକର ଫଟୋଚିତ୍ର ଜାରୀ କରିଛନ୍ତି କର୍ତୁପକ୍ଷ। ନନ୍ଦନକାନନ ଭେଟନାରୀ କର୍ମଚାରୀଙ୍କ ତତ୍ୱାବଧାନରେ ବଢି ୧୮ ଦିନର ମାଈ ଛୁଆଟି ବେଶ୍‌ ହୃଷ୍ଟପୃଷ୍ଟ ହୋଇଛି। ତାକୁ ଦନ ଦିନ ଦୁଇ ଘଣ୍ଟା ବ୍ୟବଧାନରେ ୩୫ ଏମ ଏଲ୍‌ର ରୟାଲ କ୍ୟାନୟନ ନାମକ ତରଳ ଖାଦ୍ୟକୁ ବୋତଲରେ ଭର୍ତିକରି ଦିଆଯାଉଛି। ଜନ୍ମର ୧୨ ଦିନରେ ଗତ୨୪ ତାରିଖରେ ବାଘ ଶାବକଟିର ଆଖି ଫିଟିଛି। ବାଘୁଣ ଅଙ୍କୀତା ତା ପ୍ରଥମ ଗର୍ଭରୁ ସାଧାରଣ ରଙ୍ଗର ମହାବଳ ବାଘ ସେୟଫ୍‌ ଔରଷରୁ ଦୁଇଟି ଶାବକଙ୍କୁ ଜନ୍ମ ଦେଇଥିଲା। ଶାବକ ର ଯତ୍ନ କଣ ତାକୁ ଜଣା ନଥିଲା। ସେ ନବଜାତ ଛୁଆଙ୍କୁ ଦାନ୍ତରେ ଧରି ନେବା ବେଳେ ସେମାନଙ୍କ ଦେହରେ ଦାନ୍ତ ଗଳିଯାଇଥିଲା। ଶାବକ ଜନ୍ମ ଦେବାର କେଇ ଘଣ୍ଟା ପରେ ଅଙ୍କୀତା ରହୁଥିବା ଖୁଆଡ ଉପରେ ଡିଆଁ କୁଦ କରୁଥିବା ମାଙ୍କଡଙ୍କୁ ଦେଖି ଆକ୍ରମଣ କରିବାକୁ ଉପରକୁ ଡେଇଁ ପଡିଥିଲା। ତା ଗୋଡ ପୁରୁଷ ଛୁଆଟି ଉପରେ ପଡିଯିବାର ମୃତ୍ୟୁ ହୋଇଥିଲା। ବଞ୍ଚି ରହିଥିବା ଆଉ ଏକ ମାଈ ଶାବକଟିକୁ ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନ କର୍ତୁପକ୍ଷ ମା’ ଠାରୁ ଅଲଗା କରି କର୍ମଚାରୀଙ୍କ ହେପାଜତରେ ରଖି ଲାଳନ ପାଳନ କରୁଛନ୍ତି।

ନନ୍ଦନକାନନରେ ଏମୁ ପକ୍ଷୀ ଅଣ୍ଡାରୁ ଏକ ଛୁଆ ବାହାରିଲା
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୭୨ ନମ୍ବର ଖୁଆଡ ମଧ୍ୟରେ ଏମୁ ପକ୍ଷୀ ଘରେ ଅଣ୍ଡାରୁ ଏକ ଏମୁପକ୍ଷୀ ଶାବକ ବାହାରିଛି। ନନ୍ଦନକାନର ଏମୁ ପକ୍ଷୀ ସଂଖ୍ୟା ୫କୁ ବୃଦ୍ଧି ହୋଇଛି। ଏମାନଙ୍କ ମଧ୍ୟରେ ୨ଟି ପୁରୁଷ,୨ଟି ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ଶାବକଟି ଅଛି।
ନନ୍ଦନକାନନକୁ ରାଜଭବନରୁ ଆସିଲା ୬ ଚିତ୍ରା ହରିଣ
ଆଜି ନନ୍ଦନକାନନକୁ ରାଜଭବନ ହରିଣ ପାର୍କରୁ ୬ଟି ହରିଣଙ୍କୁ ନନ୍ଦନକାନନକୁ ଅଣାଯାଇଛି। ଆସିଥିବା ଚିତ୍ରାହରିଣଙ୍କ ମଧ୍ୟରେ ୪ଟି ପୁରୁଷ ଓ ୨ଟି ମାଈ ଅଛନ୍ତି। ରାଜଭବନରେ ଆଶାତିତ ଭାବେ ଚିତ୍ରାହରିଣ ସଂଖ୍ୟା ବୃଦ୍ଧି ପାଇଥିବାରୁ ଗତ କିଛି ଦିନ ମଧ୍ୟରେ ନନ୍ଦକାନନକ୍‌ୁ ସେଠାରୁ ଚିତ୍ରା ହରିଣଙ୍କୁ ଅଣାଯିବା ପ୍ରକ୍ରୀୟା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର