ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ନିଜ ଜନ୍ମମାଟିରେ ଭୋଟ୍ ଭିକ୍ଷା କରିଥିଲେ। ପରିବାର ସମ୍ପର୍କ ଅଭିଯାନରେ ଯାଇ ସାହି ସାହି ବୁଲି ପ୍ରଚାର କରିଥିଲେ। ଏହି ସମୟରେ ସେ ସେବାୟତମାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଜେଡି ଷଷ୍ଠ ଥର ପାଇଁ କ୍ଷମତାକୁ ଆସି‌ବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ଶପଥ ଗ୍ରହଣ କରିବେ। ତାହା ପରେ ଲିଙ୍ଗରାଜ ଆଇନକୁ ମଞ୍ଜୁର କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଯିବ ବୋଲି ଶ୍ରୀ ପଣ୍ଡା କହିଥିଲେ। ସେହିପରି ସନ୍ଧ୍ୟାରେ ୱାର୍ଡ ନମ୍ବର-୬୭ ସୁନ୍ଦରପଦାରେ ଏକ ବିଶାଳ ମହିଳା ସମାବେଶରେ ଶ୍ରୀ ପଣ୍ଡା ସାମିଲ ହୋଇଥିଲେ। ମିସନ୍ ଶକ୍ତି ମହିଳାମାନଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଓ ପେନ୍‌ସନ ସୁବିଧା ନବୀନ ବାବୁଙ୍କ ଗ୍ୟାରେଣ୍ଟି। ମହିଳା ସଶକ୍ତୀକରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ବୋଲି ‌ସେ କହିଥିଲେ। ଇଟିପୁର ଗ୍ରାମପଞ୍ଚାୟତ ଓ ବାସୁଆଘାଇ ଗ୍ରାମପଞ୍ଚାୟତ, ୱାର୍ଡ ନଂ. ୫୦ ଗଣ୍ଡମୁଣ୍ଡା ବିଜୁ ଆଦର୍ଶ କଲୋନୀ, ୱାର୍ଡ ନଂ. ୪୯ ଆଇଗିଣିଆରେ ଏକ ରୋଡ୍‌ ସୋ କରି ଭୋଟ ଭିକ୍ଷା କରିଥିଲେ।

Advertisment

ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ, କର୍ପୋରେଟର ଶିବ ପ୍ରସାଦ ବେହେରା, ଚନ୍ଦ୍ରଶେଖର ମଲ୍ଲିଆ, ଶିବ ନାରାୟଣ ରାୟ, ସଂଯୁକ୍ତା ସୁନ୍ଦରାୟ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, ସରପଞ୍ଚ ଅନିତା ଶୁବୁଦ୍ଧି, ବିକ୍ରମ ସେଠୀ, ସମିତି ସଭ୍ୟ ରିଲା ଭଞ୍ଜ, ଜିଲ୍ଲା ପରିଷଦ ବିଧାୟକ ପ୍ରତିନିଧି କୈଳାସ ଜେନା, ଭୁବନେଶ୍ୱର ମହାନଗର ନିଗମ ବିଧାୟକ ପ୍ରତିନିଧି ଦାଶରଥୀ ଗରାବଡୁ, ପୂର୍ବତନ କର୍ପୋରେଟର ଅଶ୍ୱିନୀ ସୁନ୍ଦରାୟ, ହୃଦୟବଲ୍ଲଭ ସାମନ୍ତରାୟ, ଛବୀନ୍ଦ୍ର ଜେନା, କୃତାର୍ଥ ପ୍ରଧାନ, ଏକାମ୍ର ଗ୍ରାମୀଣ ସଭାପତି ସୂର୍ଯ୍ୟ ନାରାୟଣ ଜେନା, ଜ୍ଞାନ ରଞ୍ଜନ ଜେନା ଓ ଅଶୋକ ଜେନା ପ୍ରମୁଖ ଉପସ୍ଥିତ ଥିଲେ।