ବାରଙ୍ଗ : ବାରଙ୍ଗ ଡାକ୍ତରଖାନା ଛକରେ ଆଜି ସନ୍ଧ୍ୟାରେ ଏକ ଦ୍ରୁତଗାମୀ କାର୍ ଧକ୍କାରେ ବାପା ଓ ଝିଅ ଗୁରୁତର ହୋଇଛନ୍ତି। ଗୁରୁତର ହେଉଛନ୍ତି ସ୍ଥାନୀୟ ଦାଢ଼ାପାଟଣା ପଞ୍ଚାୟତ ବଙ୍ଗାଳି ସାହି ବସ୍ତିର କ୍ଷୀର ବ୍ୟବସାୟୀ ଅମର କୁମାର ପଣ୍ତା(୩୮) ଓ ତାଙ୍କ ୯ ମାସର ସାନ ଝିଅ ବାବୁ। ସେ ଝିଅକୁ ସାଥୀରେ ଧରି ଛକ ମଝି ସୁରକ୍ଷିତ ଜାଗରେ ଥିବା ବେଳେ କଟକ ପଟୁ ନନ୍ଦନକାନନ ଛକ ଆଡ଼କୁ ଯାଉଥିବା ଏକ ଦ୍ରୁତଗାମୀ କାର (ଓଡି୦୨ଏଚ-୪୬୦୦) ତାଙ୍କ ଆଡ଼କୁ ମାଡ଼ି ଆସି ଧକ୍କା ଦେଇଥିଲା। ଏହାପରେ କାର୍ଟି ଭାରସାମ୍ୟ ହରାଇ ରାସ୍ତା ଡିଭାଇଡର ଉପରକୁ ଚଢି ଯିବା ପରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଅଟକିଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ଉଭୟ ବାପ ଓ ଝିଅ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକ ଏକ ଅଟୋରେ ଆହତଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛନ୍ତି। ପରେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାକୁ ସ୍ଥାନୀୟ ଲୋକ କଟକ ଶିଶୁ ଭବନରେ ଭର୍ତ୍ତି କରିଛନ୍ତି। ଖବର ପାଇ ସ୍ବାମୀ ଓ ଝିଅକୁ ଦେଖିବାକୁ ଘଟଣାସ୍ଥଳକୁ ଆସିଥିବା ପତ୍ନୀ ଅଚେତ ହୋଇ ଯାଇଥିଲେ। ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ସ୍ବାମୀ ଚିକିତ୍ସା ପାଇଁ ଯାଇଥିବା ଡାକ୍ତରଖାନାକୁ ପଠାଯାଇଛି। ବାରଙ୍ଗ ଥାନା ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର୍କୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି।
ବାରଙ୍ଗ : କାର୍ ଧକ୍କାରେ ବାପା ଓ ଝିଅ ଗୁରୁତର
/sambad/media/post_attachments/wp-content/uploads/2019/10/accident.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)