ପୁଅକୁ କାଠଫାଳିଆରେ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ୍

ବାପା ଛାଡ଼ିଦିଅ, ମରିଯିବି...

ଭୁବନେଶ୍ବର: ବାପା ଛାଡ଼ିଦିଅ… ମୁଁ ମରିଯିବି… ଏମିତି କେତେ କଣ କାକୁତି ମିନତି ହେଉଥାଏ କୋମଳମତି କୁନି ପୁଅ। କିନ୍ତୁ ବାପା ନଛୋଡ଼୍ ବନ୍ଧା। ଯେମିତି ଇଚ୍ଛା ସେମିତି ମାଡ଼ ମାରୁଥାଏ ନିର୍ଦ୍ଦୟ ବାପା। ରାଗ ପୂରା ପଞ୍ଚମରେ ଥାଏ। ମଝିରେ ମଝିରେ ହାତରୁ କାଠଫାଳିଆ ଖସି ଯାଉଥାଏ, ଭାଙ୍ଗି ଯାଉଥାଏ ତଥାପି ପିଟି ଚାଲିଥାଏ ।

ଅଢ଼େଇ ମିନିଟ୍ ଧରି ନିର୍ଦ୍ଦୟ ଭାବେ କାଠଫାଳିଆରେ ମାଡ଼ ମାରିବା ଦୃଶ୍ୟର ଭିଡିଓ ଏବେ ଚାରିଆଡ଼େ ଭାଇରାଲ୍ ହେଉଛି। ବିଶେଷ କରି ଭୁବନେଶ୍ବରରେ ଭିଡିଓଟି ମୋବାଇଲରୁ ମୋବାଇଲରୁ ଭାଇରାଲ୍ ହେବାରେ ଲାଗିଛି। ମାଡ଼ ମାରୁଥିବା ବ୍ୟକ୍ତି ଖଣ୍ଡି ହିନ୍ଦୀ, ବିହାରୀ ଭଳି ଭାଷାରେ କଥା ହେଉଥିବା ବେଳେ ପିଲାଟି ମଧ୍ୟ ସେହିପରି କଥା ହେଉଥିବା ଶୁଣିବାକୁ ମିଳୁଛି। କିନ୍ତୁ ଭିଡିଓଟି ନିର୍ଦ୍ଦିଷ୍ଟ ଭାବେ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇ ନାହିଁ। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବାପା ଘର ଚଟାଣରେ ୧୦ରୁ ୧୨ ବର୍ଷ ପୁଅକୁ କାଠଫାଳିଆରେ ଅମାନୁଷିକ ଭାବେ ପିଟୁଛନ୍ତି। ପିଲାଟି ବଞ୍ଚିବା ପାଇଁ କାକୁତିମିନତି ହୋଇ ଅନୁରୋଧ କରୁଛି। ଅନ୍ୟ ଜଣେ ଛୋଟ ପିଲାର ପାଟି ମଧ୍ୟ ଶୁଭୁଛି। ସେ ମଧ୍ୟ ଛାଡ଼ି ଦେବାକୁ ଅନୁରୋଧ କରୁଛି।

ସମ୍ବନ୍ଧିତ ଖବର