ଝିଅ ପାଇଁ ମାସ୍କ ମିଳିଲାନି ବୋଲି, ତିଆରି କରି ବାଣ୍ଟିଲେ ବାପା

ଭୁବନେଶ୍ବର: କରୋନା ପାଇଁ ଲୋକେ ଏତେ ଆତଙ୍କିତ ହୋଇପଡ଼ିଛନ୍ତି ଯେ ବଜାରରୁ ମାସ୍କ ଓ ସାନିଟାଇଜର ଖାଲି ହୋଇଗଲାଣି। ସ୍ଥିତି ଏମିତି ଯେ ମାସ୍କ ଚଢ଼ା ଦରରେ ବିକ୍ରି ହେଉଛି। ଏମିତିରେ ସଂଜୟ କୁମାର ଜଗଦ୍ଦେବ ନିଜ ଝିଅ ଶୁଚିସ୍ମିତା ପରୀକ୍ଷା ଦେବାକୁ ଯିବ ବୋଲି ଗୋଟେ ମାସ୍କ ଆଣିବାକୁ ବଜାରକୁ ଯାଇଥିଲେ। ମାତ୍ର ସେ ଏହା କେଉଁଠୁ ବି ସଂଗ୍ରହ କରିପାରି ନ ଥିଲେ। କେବଳ ସେ ନୁହେଁ, ବରଂ ଅନ୍ୟମାନେ ଯେ ଏହିଭଳି ମାସ୍କ ପାଇବା ପାଇଁ ଦହଗଞ୍ଜ ହେଉଛନ୍ତି ତାହା ହୃଦୟଙ୍ଗମ କରିବା ପରେ ସଂଜୟ ନିଜର ଗାର୍ମେଣ୍ଟ୍‌ସ ଦୋକାନରେ ମାସ୍କ ତିଆରି କରି ସାଧାରଣ ଲୋକଙ୍କୁ ବାଣ୍ଟିବାକୁ ନିଷ୍ପତ୍ତି ନେଇଥିଲେ। ସେ ନିଜର ୧୮ ଜଣ କାରିଗରଙ୍କୁ ଲଗାଇ ୪ହଜାର ୨ଶହ ମାସ୍କ ତିଆରି କରି ବାଣ୍ଟିଛନ୍ତି। ସାଧାରଣ ଲୋକଙ୍କୁ ମାଗଣାରେ ସେ ଏହି ମାସ୍କ ବଣ୍ଟନ କରିଥିଲେ। ସଞ୍ଜୟଙ୍କ ସମେତ ପ୍ରସନ୍ନ କୁମାର ଜଗଦ୍ଦେବ, ବିଚିତ୍ରାନନ୍ଦ ଜେନା ଏହି କାର୍ଯ୍ୟରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର