ଶ୍ୱଶୁରଙ୍କ ମୃତ୍ୟୁ ଖବର ଶୁଣି ବୋହୂର ମୃତ୍ୟୁ

ବାଲିପାଟଣା: ବାଲିପାଟଣା ଥାନା ସାହେବନଗର ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ଶ୍ବଶୁରଙ୍କ ମୃତ୍ୟୁ ଖବର ଶୁଣିବା ପରେ ବୋହୂଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ସାହେବନଗର ଗ୍ରାମର ଅବଦୁଲ ହାକିମ୍ ଖାଁ (୮୦) ଙ୍କର ଆଜି ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହେବା ଖବର ଶୁଣିବା ପରେ ତାଙ୍କ ବୋହୂ ରେଜିଆ ସୁଲତାନାଙ୍କର ହୃଦ୍‌ଘାତ ଆରମ୍ଭ ହୋଇଥିଲା। ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପରେ ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ବଶୁରଙ୍କ ଶବକୁ ସନ୍ଧ୍ୟା ୫ଟାରେ କବର ଦେବାପରେ ବୋହୂ ରେଜିଆଙ୍କ ଶବ ବ୍ୟବଚ୍ଛେଦ ପରେ ରାତି ୯.୩୦ ରେ କବର ଦିଆଯାଇଛି।

ସମ୍ବନ୍ଧିତ ଖବର