ଭୁବନେଶ୍ୱର : କଟକ ଜିଲ୍ଲା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଗଡ଼ିଜଙ୍ଗ ଗ୍ରାମର ରତ୍ନାକର ସେଠୀ ହୃଦ୍ଘାତର ଶିକାର ହୋଇ ପୁଟ୍ଟପର୍ତ୍ତିରେ ଚିକିତ୍ସିତ ହେଉଛନ୍ତି। ଦିନେ/ଦୁଇ ଦିନ ମଧ୍ୟରେ ତାଙ୍କର ଅପରେସନ ହେବ। ଶ୍ରୀ ସେଠୀ ଅତି ଗରିବ ଏବଂ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ସେଠାରେ ମୁକ୍ତ ଚିକିତ୍ସା କରାଯାଉଥିଲେ ମଧ୍ୟ ତାଙ୍କ ପରିବାରର ରହଣୀ ଏବଂ ଅନ୍ୟାନ୍ୟ ଚିକିତ୍ସା ଖର୍ଚ ବହନ କରିବାରେ ତାଙ୍କ ପରିବାର ଅସମର୍ଥ। ବଦାନ୍ୟ ବ୍ୟକ୍ତି ଶ୍ରୀ ସେଠୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ପାଇଁ ତାଙ୍କ ବୃଦ୍ଧ ବାପା ଧ୍ରୁବ ଚରଣ ସେଠୀ ନିବେଦନ କରିଛନ୍ତି। ଆାର୍ଥିକ ସାହାଯ୍ୟ ପାଇଁ ଆାକାଉଣ୍ଟ ନମ୍ୱର-୩୪୬୪୨୭୬୬୪୬୧ (ଏସ୍ବିଆଇ, କୋରୁଆ ବ୍ରାଞ୍ଚ)ରେ ଜମା ଦେବାକୁ ଅନୁରୋଧ କରିବା ସହିତ ମୋବାଇଲ ନମ୍ୱର ୮୪୫୬୮୫୧୧୩୨ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି।
ପୁଅର ଚିକିତ୍ସା ପାଇଁ ବାପାର ନିବେଦନ
/sambad/media/post_attachments/wp-content/uploads/2019/05/ratnakar-sethi-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)