ବାରଙ୍ଗ: ବଣଭୋଜି ପାଇଁ ଅନୁମତି ମିଳିବାର ଦ୍ବିତୀୟ ଦିନରେ ଆଜି ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ପର୍ଯ୍ୟଟକ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଗତକାଲି ବଣଭୋଜି ପାଇଁ ମାତ୍ର ୪ଟି ପିଣ୍ଡି ଲୋକ ବୁକିଂ କରିଥିବା ବେଳେ ଆଜି ସଂଖ୍ୟା ୪୪ ଛୁଇଁ ଯାଇଛି। ଖାଲି ସେତିକି ନୁହେଁ, ଆଜି ମୋଟ ୨୩୫୯ଖଣ୍ଡ ଟିକେଟ୍ ମଧ୍ୟ ବିକ୍ରି ହୋଇଥିବା ଜଣାଯାଇଛି। କରୋନା କଟକଣା କୋହଳ ହେବା ପରେ ଆଜି ସର୍ବାଧିକ ପର୍ଯ୍ୟଟକ ଉଦ୍ଭିଦ ଉଦ୍ୟାନ ବୁଲିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପିକ୍ନିକ୍ ଋତୁ ଚାଲିଥିବାରୁ ଓ କରୋନାର ଭୟାବହତା କମି ଯାଇଥିବାରୁ ଆଗାମୀ ଦିନରେ ବଣଭୋଜି ଓ ଭ୍ରମଣ ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି।
ଆଜି ରବିବାର ଛୁଟି ଦିନ ଓ ପାଗ ଅନୁକୂଳ ଥିବାରୁ ୪୪ଟି ପିଣ୍ଡି ବଣଭୋଜି ପାଇଁ ବୁକିଂ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେଥିମଧ୍ୟରେ ୨୯ଟି ବଡ଼ ପିଣ୍ଡି, ୫ଟି ଛୋଟ ପିଣ୍ଡି, ୩ଟି ସ୍ବତନ୍ତ୍ର ପିଣ୍ଡି, ପିକନିକ୍ ସେଡ୍ ଗୋଟିଏ ଓ ହଲିଉଡ କଟେଜ୍। ସେହିଭଳି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୪ ହଜାର ୬୬୭ ଖଣ୍ଡ ଟିକେଟ୍ ବିକ୍ରି ହୋଇଛି। ଏହାମଧ୍ୟରେ ଅନଲାଇନ୍ ୧୪ ହଜାର ୬୩ ଓ ଅଫଲାଇନ୍ରେ ୬୩ ଖଣ୍ଡ ଟିକେଟ ରହିଛି।
ଭୟ କମିଲାଣି, ଲୋକେ ବୁଲି ବାହାରିଲେଣି
ଉଦ୍ଭିଦ ଉଦ୍ୟାନରେ ଭୋଜି ପାଇଁ ପର୍ଯ୍ୟଟକଙ୍କ ଭିଡ଼, ଦ୍ବିତୀୟ ଦିନରେ ଏଗାରଗୁଣା ପିଣ୍ଡି ବୁକିଂ
/sambad/media/post_attachments/wp-content/uploads/2021/01/hs54h5s6f4hf56sh4fh564h564fh65fs456fhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)