ଚନ୍ଦ୍ରଶେଖରପୁର :୧୫ ଦିନ ହେଲା ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆତଙ୍କ ଖେଳାଇଛି ଏକ ମାଙ୍କଡ଼। ଧନଜୀବନ ନଷ୍ଟ କରିବା ସହ ଲୋକଙ୍କୁ ଆକ୍ରମଣ କରୁଛି। ବର୍ତର୍ମାନ ସୁଦ୍ଧା ଏହି ମାଙ୍କଡ଼ ଆକ୍ରମଣରେ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବନ ବିଭାଗର ସହାୟତା ଲୋଡ଼ାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାଙ୍କଡ଼କୁ କାବୁ କରାଯାଇପାରି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ମାଙ୍କଡ଼ଟି ଗତ କିଛି ମାସ ହେଲା ହାଉସିଂବୋର୍ଡ କଲୋନି ଅଞ୍ଚଳରେ ଆତଙ୍କ ଖେଳାଉଛି। ଲୋକଙ୍କୁ ଗୋଡ଼ାଇ କାମୁଡ଼ୁଛି। ଛୋଟ ପିଲାଙ୍କୁ କାମୁଡ଼ି ପକାଉଛି। ଅଞ୍ଚଳବାସୀଙ୍କ ଘରର କାଚ ବାଡ଼େଇ ଭାଙ୍ଗି ଦେଉଛି। ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରାୟ ୩ଟି ଦୋକାନର କାଚ ଭାଙ୍ଗିଥିବା ଲୋକେ କହିଛନ୍ତି। ମାଙ୍କଡ଼ଟି ଆଜି ଉତ୍ପାତ କରିବାରୁ ସ୍ଥାନୀୟ ଅଞ୍ଚଳର ଯୁବକମାନେ ଠେଙ୍ଗା, ବାଡ଼ି ଧରି ଗୋଡ଼ାଇଥିଲେ। ଏହାପରେ ମାଙ୍କଡ଼ଟି ଅଞ୍ଚଳ ଛାଡ଼ି ପଳାଇ ଯାଇଛି। ମାଙ୍କଡ଼ର ଉତ୍ପାତ ନେଇ ଲେଡି ପ୍ରୋଟେକ୍ଟ ଗ୍ରୁପ୍ର ସଦସ୍ୟମାନେ ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍ଓଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଦୁଇ ଦିନ ତଳେ ବନ ବିଭାଗର ଏକ ଟିମ୍ ଆସି ମାଙ୍କଡ଼କୁ ଧରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା। ମାଙ୍କଡ଼ଟି ଲୁଚି ଯାଇଥିଲା। ମାଙ୍କଡ଼ଟି ଏ ପର୍ଯ୍ୟନ୍ତ ଧରାପଡ଼ି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/kesab-monkey.jpg)