ଚନ୍ଦ୍ରଶେଖରପୁର: ‘କିସ୍’ରେ ଭିବିଷ୍ୟତ ଅଲିମ୍ପିଆନ୍ମାନେ ରହିଛନ୍ତି। କିସ୍ର ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଅଲିମ୍ପିକ୍ରେ ଭାଗ ନେଇ ଦେଶ ପାଇଁ ଗୌରବ ଆଣିପାରିବେ। ଆସନ୍ତା ୨୦୨୦ ଟୋକିଓ ଅଲିମ୍ପିକ୍ କିମ୍ବା ତା ପରବର୍ତୀ ଅଲିମ୍ପିକ୍ରେ ବିଶେଷକରି ଜନଜାତିବର୍ଗର ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର କୀଡ଼ା ଓ ଯୁବ ବ୍ୟାପର (ସ୍ବା) ମନ୍ତ୍ରୀ ତଥା ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ କିରେନ୍ ରିଜିଜୁ। ଶ୍ରୀ ରିଜିକୁ ଆଜି କିଟ୍ ଓ କିସ୍ ପରିଦର୍ଶନକରି ବିଭିନ୍ନ କ୍ୟାମ୍ପସ୍ ବୁଲି ଦେଖିବା ସହ କିସ୍’ର ବିଭିନ୍ନ ୟୁନିଟ୍ ବୁଲି ଦେଖିଛନ୍ତି। ଏହି ଅବସରରେ କିସ୍’ର ୨୭ହଜାର ୫ଶହ ଛାତ୍ରଛାତ୍ରୀ ସହ ଦୀର୍ଘ ସମୟ ଅତିବାହିତ କରି କହିଲେ ‘ମୁଁ ଅନେକବାର ଓଡ଼ିଶା ଆସିଛି। ମାତ୍ର ଆଜି କିସ୍ ପରିଦର୍ଶନରେ ଆସି ପ୍ରକୃତ ଓଡ଼ିଶାକୁ ଦେଖିପାରିଲି। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକୁ ପ୍ରଶଂସା କରି ଶ୍ରୀ ରିଜିଜୁ କହିଲେ, ୨୫ବର୍ଷ ଧରି ଜନଜାତିଙ୍କ ବିକାଶ ଦିଗରେ ସେ ନିଜକୁ ଉତ୍ସର୍ଗ କରିଥିବାରୁ ଏଭଳି ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ହୋଇପାରିଛି। ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ କିସ୍ ଅନେକ କିଛି କାର୍ଯ୍ୟ କରୁଥିବାରୁ ଏହି ଅନୁଷ୍ଠାନକୁ ସମସ୍ତେ ସହଯୋଗର ହାତ ବଢ଼ାଇବା ଦରକାର। ଶେଷରେ କେନ୍ଦ୍ରମନ୍ତ୍ରୀ ରିଜିଜୁ ଛାତ୍ରଛାତ୍ରୀମାନଙ୍କୁ ଫିଟନେସ୍ ମନ୍ତ୍ର ଦେଇ ଆମକୁ ଶାରୀରିକ ଓ ମାନସିକ ଭାବେ ଫିଟ୍ ରହିବାକୁ ପଡ଼ିବ ବୋଲି ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସ୍ବତନ୍ତ୍ର ସଚିବ ବିଶାଳ ଦେବ, ଅଲିମ୍ପିଆନ୍ ଦୂତି ଚାନ୍ଦ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ଓ କିସ୍ର ସମ୍ପାଦକ ଆର.ଏନ୍.ଦାଶ, କିସ୍ର ସିଇଓ ଡ଼.ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଯୋଗଦେଇଥିଲେ।
ଭବିଷ୍ୟତ ଅଲିମ୍ପିଆନ୍ କିସ୍ରେ ଅଛନ୍ତି: ରିଜିଜୁ
କିଟ୍ ଓ କିସ୍ ପରିଦର୍ଶନରେ ଦୁଇ କେନ୍ଦ୍ରମନ୍ତ୍ରୀ
/sambad/media/post_attachments/wp-content/uploads/2019/11/adf54asdg4d89g47asd89g4d56asasssssssssssss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)