ଜଟଣୀ: ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର ରେଳ ପ୍ରବନ୍ଧକ ରିଙ୍କେଶ ରାୟଙ୍କୁ ରେଳବାଇ ଶ୍ରମିକ କଂଗ୍ରେସ ପକ୍ଷରୁ ବକ୍ସି ଜଗବନ୍ଧୁ ବିଦ୍ୟାଧର ରେଳ ଇନଷ୍ଟିଚ୍ୟୁଟ୍ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।
ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରବନ୍ଧକ ଶ୍ରୀ ରାୟ, ମହିଳା ସଂଗଠନର ସଭାନେତ୍ରୀ ଶୁଭଲକ୍ଷ୍ମୀ ଜେନା, ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ କଲ୍ୟାଣ ପଟ୍ଟନାୟକ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୋଡ୍ ମଣ୍ଡଳର ସମସ୍ତ ବ୍ରାଞ୍ଚର ନେତୃବୃନ୍ଦ, କେନ୍ଦ୍ରୀୟ ପଦାଧିକାରୀ, ଶାଖା ସମ୍ପାଦକ ଏଲ ଡି ମହାନ୍ତିଙ୍କ ସହ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/34-17.jpg)