ଭୁବନେଶ୍ୱର:  ଯୁବ ଲେଖିକା ପ୍ରୀତିଛନ୍ଦା ଧଳଙ୍କ ଫିଚର୍ ସଂକଳନ ‘ଫେମିନିଜିମ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସୋମବାର ଉନ୍ମୋଚନ କରିଛନ୍ତି। ପ୍ରୀତିଛନ୍ଦାଙ୍କ ଏହା ପ୍ରଥମ ପୁସ୍ତକ। ଉନ୍ମୋଚିତ ପୁସ୍ତକରେ ୪୦ଟି ଆଲେଖ୍ୟ ରହିଛି। ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ଏହା ପ୍ରକାଶିତ ହୋଇଛି।

Advertisment

ପ୍ରୀତିଛନ୍ଦା ଓଡ଼ିଶାର ମହିଳା ଓ ଶିଶୁମାନଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରୁଥିବା ଜାଣି ରାଜ୍ୟପାଳ ସନ୍ତୋଷ ପ୍ରକାଶ କରିଥିଲେ। ତେବେ ପ୍ରୀତିଛନ୍ଦାଙ୍କ ଏହା ପ୍ରଥମ ପୁସ୍ତକ ଜାଣି ତାଙ୍କୁ ଅଧିକ ଲେଖିବା ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରୀତିଛନ୍ଦାଙ୍କ ସ୍ବାମୀ ସିଦ୍ଧାର୍ଥ ଧଳ, ପୁଅ ଶିବମ୍‌ ଧଳ, ମାଆ ନମିତା ପଟ୍ଟନାୟକ ଓ ବିଶିଷ୍ଟ କବି ରକ୍ଷକ ନାୟକ ଉପସ୍ଥିତ ଥିଲେ।