ଭୁବନେଶ୍ବର: ଆସୁଛି ପାର୍ବଣ ଋତୁ। ଏଥିରେ ଲୁଟ୍ପାଟ୍ କରିବାକୁ ଅପରାଧୀ ପ୍ରସ୍ତୁତ ହେଉଥିବା ବେଳେ ସେମାନଙ୍କୁ ଦମନ କରିବାକୁ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ଏଥିସହ ଜୋର ଜବରଦସ୍ତ ଚାନ୍ଦା ଆଦାୟ ଉପରେ ନଜର ରହିବ ବୋଲି ଆଜି ଡିସିପି ଅନୁପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ସ୍ଥିର ହୋଇଛି। ସମସ୍ତ ଜୋନ୍ର ଏସିପି ଓ ଆଇଆଇସିମାନଙ୍କୁ ନେଇ ବସିଥିବା ଏହି ବୈଠକରେ ପୁରୁଣା ଅପରାଧୀଙ୍କୁ ଖୋଜିବା ପାଇଁ ଯୋଜନା ହୋଇଛି। ଏନେଇ ଡିସିପି ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତା’ ସହିତ ଜାମିନ୍ରେ ଆସିଥିବା ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ କୁହାଯାଇଛି। ଅପରାଧୀ ଓ ସେମାନଙ୍କ ଅପରାଧର ଏକ ତାଲିକା କରି ରଖିବା ପାଇଁ ସ୍ଥିର ହୋଇଛି। ଏହି ସମୟରେ ରାଜ୍ୟ ଓ ରାଜ୍ୟ ବାହାରୁ ଅପରାଧୀମାନେ ଆସୁଥିବାରୁ ନିଜ ଥାନା ଅଞ୍ଚଳରେ ସମସ୍ତ ଘର ଉପରେ ନଜର ରଖିବା ପାଇଁ କୁହାଯାଇଛି। ତେବେ କେବଳ ଅପରାଧୀଙ୍କ ଉପରେ ନୁହେଁ, ବରଂ ଏହି ପାର୍ବଣ ସମୟରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରାଯାଉଥିବାରୁ ଏହାକୁ ରୋକିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ କୁହାଯାଇଛି। ଚାନ୍ଦା ଆଦାୟ ଅଭିଯୋଗ ଆସିଲେ ଏହାକୁ ଗୁରୁତର ସହ ନିଆଯାଇ ଅଭିଯୁକ୍ତକୁ ଗିରଫ କରାଯିବାକୁ ଯୋଜନା ହୋଇଛି।
ଆସୁଛି ପାର୍ବଣ ଋତୁ: ଅପରାଧ ଦମନ ପାଇଁ ଯୋଜନା
ଚାନ୍ଦା ଆଦାୟ ଉପରେ ରହିବ ନଜର
/sambad/media/post_attachments/wp-content/uploads/2018/04/commissionarate-police-logo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)