ରାଜ୍ୟ ସରକାରଙ୍କ ସହ ମିଶି ଶିଳ୍ପାୟନ ପାଇଁ କାମ କରିବ ଫିକି: ଶୁଭ୍ରକାନ୍ତ

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ହେଉ କିମ୍ବା ଆର୍ଥିକ ବିକାଶ-ରାଜ୍ୟ ସରକାର ସବୁବେଳେ ଭଲ କାମ କରୁଛନ୍ତି। ନିବେଶକଙ୍କ ମନୋଭାବକୁ ଭଲଭାବେ ବୁଝିଛନ୍ତି। ଉଦ୍ୟୋଗ କ୍ଷେତ୍ରକୁ ଅଧିକ ସୁଗମ କରିବା ଲାଗି ରାଜ୍ୟ ସରକାର ନୂଆ ଶିଳ୍ପ ନୀତି ୨୦୨୨ ଆଣିଛନ୍ତି। ଏଥିରେ ବିଭିନ୍ନ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। ସେହିଭଳି କମ୍‌ ଶୁଳ୍କରେ ବିଜୁଳି ଯୋଗାଣ ନେଇ ବ୍ୟବସ୍ଥା ରହିଛି। ରାଜ୍ୟରେ ଶିଳ୍ପ ଉପଯୋଗୀ ଭିତ୍ତିଭୂମି ମଧ୍ୟ ନିବଶେ ପାଇଁବେଶ୍‌ ସହାୟକ ହେଉଛି। ରାଜ୍ୟ ସରକାର ଅତୀତରେ ଅନେକ ନିବେଶ ଆଣିପାରିଥିବାବେଳେ ଆଗାମୀ ଦିନରେ ମଧ୍ୟ ନିବେଶକମାନଙ୍କୁ ଆକୃଷ୍ଟ କରିବାରେ ସମର୍ଥ ହେବେ।

ଓଡ଼ିଶାର ଶିଳ୍ପାୟନ ଦିଗରେ ଫିକି ସବୁବେଳେ ମିଳିତ ହୋଇ କାର୍ଯ୍ୟ କରୁଛି। ଆଗାମୀ ଦିନରେ ମଧ୍ୟ ଫିକି ଓଡ଼ିଶା ସରକାରଙ୍କ ଯୋଡ଼ି ହୋଇ କାର୍ଯ୍ୟ କରିବାର ଧାରା ଜାରି ରଖିବ। ଏଥିସହିତ ଆମ କମ୍ପାନି ଇମ୍ଫା ଓଡ଼ିଶାର ଶିଳ୍ପାୟନ ଯାତ୍ରାରେ ଭାଗିଦାରୀ ରହିଆସିଛି। ରାଜ୍ୟରେ ସବୁବେଳେ ସହଯୋଗ ମିଳିଛି ବୋଲି ଶିଳ୍ପସଂଘ ଫିକିର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ମେକ୍‌ ଇନ ଓଡ଼ିଶା କନକ୍ଲେଭରେ ଯୋଗଦେଇ କହିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଦେଶର ଅନ୍ୟ ପ୍ରମୁଖ ଶିଳ୍ପପତି, ଜାପାନ, ନରୱେ ଆଦିର ରାଷ୍ଟ୍ରଦୂତମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର