ଭୁବନେଶ୍ୱର: ଗୁରୁ ଗୋପୀକୃଷ୍ଣ ବେହେରାଙ୍କ ଜନ୍ମଦିନ ଉପଲକ୍ଷେ ଗୋପୀକୃଷ୍ଣ ଫାଉଣ୍ଡେସନ ଓ ନୃତ୍ୟାଳୟ ମିଳିତ ଉଦ୍ୟମରେ ପଞ୍ଚମ ‘ଗୁରୁ ଗୋପୀକୃଷ୍ଣ ଉତ୍ସବ’ ଆଜି ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଶତାଧିକ କଳାକାରଙ୍କୁ ନେଇ ଏକକ, ଦୈତ ଓ ଦଳଗତ ନୃତ୍ୟ ପରିବେଷଣ କରାଯାଇଥିଲା। ସନ୍ଧ୍ୟାରେ ଅତିଥି ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ଦିଲ୍ଲୀପ ରାଉତରାୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ଗୁରୁକେଳୁଚରଣ ମହାପାତ୍ର ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସିକତା ଦାସ, ପ୍ରେରଣା ଫାଉଣ୍ଡେସନର ଅଧକ୍ଷ ଦିଲୀପ ଶ୍ରୀଚନ୍ଦନ, ଉତ୍କଳ ସଂସ୍କୃତି ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ ଜେନା, ଗୋପୀକୃଷ୍ଣ ଫାଉଣ୍ଡେସନର ସଭାପତି ଗୁରୁ ଧନେଶ୍ବର ସ୍ୱାଇଁ, ସଂପାଦକ ଲାଲା ବୀରେନ ରାୟ, ନୃତ୍ୟାଳୟର ସଂପାଦକ ଗୁରୁ ସନାତନ ନାୟକ ଓ ଗୁରୁ ନିରଞ୍ଜନ ରାଉତ ଅତିଥି ଭାବେ ଯୋ‌ଗ ଦେଇଥିଲେ। ଏହି ଅବସରରେ ୩ଜଣ ବିଶିଷ୍ଟ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଗୁରୁ ଗୋବିନ୍ଦ ଚନ୍ଦ୍ର ପାଳ ଓ ଗୁରୁ ସର୍ବେଶ୍ୱର ସାହୁଙ୍କୁ ଚଳିତ ବର୍ଷର ‘ଗୁରୁ ଗୋପୀକୃଷ୍ଣ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଫାଉଣ୍ଡେସନର କାର୍ଯକାରୀ ସଭାପତି ଗୟାଧର ସାହୁ ଓ କୋଷାଧକ୍ଷ ନିତ୍ୟାନନ୍ଦ ଦାସ ଉପସ୍ଥିତ ଥିଲେ।