ସୀମା ବିବାଦକୁ ନେଇ ପଡ଼ି ରହିଲା ମୃତଦେହ, ପାଣିରେ ପଡ଼ିଲେ ବାଲିଅନ୍ତା

ବାଲିରେ ସହିଦନଗର

ଭୁବନେଶ୍ବର: କମିନରେଟ୍‌ ପୁଲିସର ସୀମା ବିବାଦ ବଢ଼ିବାରେ ଲାଗିଛି। ‌ଯାହାର ସଦ୍ୟ ଉଦାହରଣ ଆଜି କୂଆଖାଇ ନଦୀ ପଠାରେ ପଡ଼ିଥିବା ଗଣେଶ ଗାଗରାଇଙ୍କ ମୃତଦେହକୁ ନେଇ ସହିଦନଗର ଥାନା ଓ ବାଲିଅନ୍ତା ଥାନା ମଧ୍ୟରେ ଟଣାଓଟରା ପରେ ଘଟଣା ପଦାକୁ ଆସିଛି। ରବିବାର ସକାଳେ ଗଣେଣଙ୍କ ମୃତଦେହ ନଦୀରେ ଭାସୁଥିବା ସ୍ଥାନୀୟ ଲୋକମାନେ ପୁଲିସକୁ ଜଣାଇଥିଲେ। ଖବର ପାଇ ଉଭୟ ସହିଦନଗର ଓ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶବ ଉଠାଇବାକୁ ନେଇ ଉଭୟ ଥାନା ମଧ୍ୟରେ ଟଣାଓଟରା ପରିସ୍ଥିତି ଉପୁଜିଥିଲା। କାରଣ ପୂର୍ବରୁ ନିୟମ ଅଛି‌ ଯେ, ଯଦି ନଦୀ ପାଣିରୁ କିଛି ଉଦ୍ଧାର କରାଯାଏ ତାହା ବାଲିଅନ୍ତା ଥାନା ଅଞ୍ଚଳର। ଆଉ ବାଲି ଉପରୁ ଉଦ୍ଧାର ହେଲେ ତାହା ସହିଦନଗର ଥାନାର। ଯେହେତୁ ଶବ ପାଣିରେ ଭାସୁଥିଲା ତେଣୁ ଏହା ବାଲିଅନ୍ତା ଥାନାର ବୋଲି ସହିଦନଗର ଥାନା ଅଧିକାରୀ କହିଥିଲେ। ହେଲେ ବାଲିଅନ୍ତା ଥାନା ଏହାକୁ ସହଜରେ ଗ୍ରହଣ କରିନଥିଲା। ଫଳରେ ଶବ କିଏ ନେବ? କେଉଁ ଥାନା କେସ୍‌ କରିବ? ଏହାକୁ ନେଇ ଉଭୟ ଥାନା ଦ୍ବନ୍ଦରେ ପଡ଼ିଥିଲେ। ଆଉ ଶେଷରେ ବାଲିଅନ୍ତା ଥାନା ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସମ୍ବନ୍ଧିତ ଖବର