ବିଜେପିରେ କନ୍ଦଳ, କର୍ମୀଙ୍କୁ ମାଡ଼

09

ଭୁବନେଶ୍ୱର: ଭୁବନେଶ୍ବରରେ ବିଜେପିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ବିଜେପି କର୍ମୀ ସୌମ୍ୟ ସାମଲ ଗୁରୁତର ହୋଇଛନ୍ତି। ତାଙ୍କୁ ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଇଛି। ସୌମ୍ୟ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ମାମଲାର ଆପୋସ ସମାଧାନ ପ୍ରୟାସ ଚାଲିଥିବା ଜଣାପଡ଼ିଛି। ତେବେ ମାମଲା ଏୟାରପୋର୍ଟ ଥାନାକୁ ଯାଇଛି। ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏୟାରପୋର୍ଟ ଥାନା ଇନ୍‌ସ୍‌‌ପେକ୍ଟର ଉମାକାନ୍ତ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର