ଖଣ୍ଡଗିରି: ଗତ ୨୪ ତାରିଖ ରାତିରେ ଚନ୍ଦକାସ୍ଥିତ ଆଇସ୍କ୍ରିମ୍ କାରଖାନାରେ ଘଟିଥିବା ଗଣ୍ଡଗୋଳ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କାରଖାନାର କର୍ମଚାରୀ ସଂଜୟ କୁମାର, ଶିବମ୍ କୁମାର, ଅମିତେଶ କୁମାର ଓ ସତ୍ୟମ୍ କୁମାର। ତେବେ ଏହି ମାମଲାରେ ଅନ୍ୟ ଗୋଷ୍ଠୀର ଗଣ୍ଡଗୋଳକାରୀମାନେ ଫେରାର୍ ଥିବାରୁ ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ ଘଟଣାଦିନ ଚନ୍ଦକାରେ ଏକ ବିବାହ ଭୋଜି ପାଇଁ ଉକ୍ତ କାର୍ଖାନାରୁ ଆଇସ୍ କ୍ରିମ୍ ନିଆଯାଇଥିଲା। ସର୍ତ ଅନୁସାରେ ବଳକା ଆଇସ୍କ୍ରିମ୍କୁ ଫେରାଇବାକୁ ୨ ଜଣ ଯୁବକ ଭୋଜି ପରେ ବିଳମ୍ବିତ ରାତିରେ କାରଖାନକୁ ଯାଇଥିଲେ। ସେଠାରେ ଉକ୍ତ ଦୁଇ ଯୁବକଙ୍କ ସହ କାରଖାନାର କର୍ମଚାରୀମାନଙ୍କ କଥା କଟାକଟି ଓ ପରେ ହାତାହାତି ହୋଇଥିଲା। କାରଖାନାର କର୍ମଚାରୀମାନେ ମିଳିତଭାବେ ଚନ୍ଦକାର ଦୁଇ ଯୁବକଙ୍କୁ ପ୍ରବଳ ମାଡ଼ ମାରି ଆହତ କରିଥିଲେ। ପରଦିନ ସକାଳେ ଗାଁର ପ୍ରାୟ ୧୦/୧୨ ଜଣ ଯୁବକ ଆଇସ୍କ୍ରିମ୍ କାରଖାନାରେ ଅତର୍କିିତ ହମ୍ଲା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/arrested-2.jpg)