ରାଜଧାନୀ କଲେଜରେ ଭଙ୍ଗାରୁଜା

ବର୍ତିଲାନି ପୁଲିସ ଗାଡ଼ି, ପେଟ୍ରୋଲ ଢାଳି ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ

ଖଣ୍ତଗିରି: ନିର୍ବାଚନୀ ହି˚ସା ଯୋଗଁ ରାଜଧାନୀ କଲେଜରେ ସାଇନ୍‌-ଡାଏ ଲାଗୁ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହା ଲାଗୁ ହୋଇଥିବାରୁ ଛାତ୍ର ସ˚ସଦ ନିର୍ବାଚନ ବାତିଲ ହୋଇଯାଇଛି। କିଛି ପ୍ରାର୍ଥୀଙ୍କର ନାମାଙ୍କନପତ୍ର ଖାରଜ ହେବା ଓ ଉପସ୍ଥାନ ଖାତା ଗାଏବ୍‌ ହେବା ଭଳି ଅଭିଯୋଗକୁ କେନ୍ଦ୍ର କରି ଆଜି କଲେଜରେ ବ୍ୟାପକ ହି˚ସା ଦେଖାଯାଇଥିଲା। ଉତ୍ତ୍ୟକ୍ତ ଛାତ୍ରମାନେ କଲେଜ କ୍ୟାମ୍ପସରେ ଭଙ୍ଗାରୁଜା କରିଥିଲେ। ଏମିତିକି ପୁଲିସ ଗାଡ଼ି ମଧୢ ସେଥିରୁ ବର୍ତି ନଥିଲା। ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ହେର‌୍‌ଫେର‌୍‌ ଓ କର୍ତ୍ତୃପକ୍ଷଙ୍କ ଅନିୟମିତା ଉପରେ ଅଭିଯୋଗ କରି ଜଣେ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ତେଣୁ ନିର୍ବାଚନ ପୂର୍ବରୁ ଏଭଳି ଅଶାନ୍ତ ପରିବେଶକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ କଲେଜରେ ସାଇନ୍‌-ଡାଏ ଘୋଷଣା କରିଥିଲେ। ପରେ ପରେ କଲେଜ ହଷ୍ଟେଲକୁ ପୁଲିସ ଉପସ୍ଥିତିିରେ ଖାଲି କରାଯାଇଥିଲା। ଗତକାଲି ନାମାଙ୍କନପତ୍ର ଦାଖଲ ପରଠାରୁ କଲେଜରେ ଅଶାନ୍ତି ଲାଗି ରହିଥିଲା। ଜଣେ ସଭାପତି ପ୍ରାଥୀର୍ଙ୍କ ଉପସ୍ଥାନ କମ୍‌ ଥିବା ସତ୍ବେ ତାଙ୍କ ନାମାଙ୍କନପତ୍ରକୁ ବଞ୍ଚାଇବାକୁ ଯାଇ ଉପସ୍ଥାନ ଖାତାକୁ ଗାଏବ୍‌ କରାଯାଇଥିଲା ବୋଲି ଅଭିଯୋଗ କରି ଛାତ୍ରମାନେ ଧାରଣା ଦେଇଥିଲେ। ସେହିପରି କଲେଜ ପରିସରରେ ଗତକାଲି ଦୁଇଟିି ବୋମାମାଡ଼ ହୋଇଥିଲା। ଆଜି ଯାଞ୍ଚ ପ୍ରକ୍ରିୟାରେ କିଛି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଥିଲା। ଏହାକୁ ନେଇ ପୁଣି ଉତ୍ତେଜନା ସୃଷ୍ଟି ହୋଇଥିଲା। ତେଣୁ କିଛି ଛାତ୍ର କଲେଜ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଉଭୟ କଲେଜ କର୍ତ୍ତୃପକ୍ଷ ଓ ପୁଲିସ ବୁଝାସୁଝା କରିବା ପରେ ବି ଉତ୍ତ୍ୟକ୍ତ ଛାତ୍ରମାନେ କିଛି ବୁଝି ନଥିଲେ। ବର˚ ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଫଳରେ ପୁଲିସ ମୃଦୁ ଲାଠିଚାଳନା କରି ସେମାନଙ୍କୁ ଘଉଡ଼ାଇବାକୁ ବାଧୢ ହୋଇଥିଲା। କଲେଜ ଅଧୢକ୍ଷା ସସ୍ମିତା ତ୍ରିପାଠୀଙ୍କ ସୂଚନାନୁସାରେ ନିର୍ବାଚନ ପାଇଁ କଲେଜ କର୍ତ୍ତୃପକ୍ଷ ଶେଷ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଥିଲେ, ଛାତ୍ରମାନେ ସହଯୋଗ କଲେ ନାହିଁ। ତେବେ ଉପସ୍ଥାନ ଖାତା ଗାଏବ୍‌ ହେବା ଘଟଣାକୁ ସେ ସ୍ବୀକାର କରିଥିଲେ। ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା ମଧ୍ୟ ସେ କହିଥିଲେ।

ସମ୍ବନ୍ଧିତ ଖବର