୫ ଟଙ୍କା ଭଡ଼ା ପାଇଁ ମହାଭାରତ, ବିଚ୍ ରାସ୍ତାରେ ଯୁବତୀ-ଅଟୋଚାଳକ ହାତାହାତି

ଭୁବନେଶ୍ବର: ବିଚ୍ ରାସ୍ତାରେ ଯୁବତୀ-ଅଟୋ ଚାଳକ ହାତାହାତି। କେହି କାହାକୁ ନଛୋଡ୍ ବନ୍ଧା। ରାସ୍ତା ଉପରେ ଚାଲିଲା ମହାଭାରତ। ଶେଷରେ ଥାନାକୁ ଖବର ଗଲା। ଦୁଇଜଣଙ୍କୁ ଥାନାକୁ ନେଇ ଗଲା ପୁଲିସ। ମାମଲା ରୁଜୁ କରି ଦୁଇଜଣଙ୍କୁ ନୋଟିସ୍ ଦେଇ ଛାଡ଼ିଛି। ଘଟଣା ଘଟିଛି ବାଣୀବିହାର ଛକରେ। ପୁଲିସ ସୂଚନା ଅନୁସାରେ, ଲକ୍ଷ୍ମୀପ୍ରିୟା ସାହୁ ନାମ୍ନୀ ଯୁବତୀ ବରମୁଣ୍ଡାରୁ ଅଟୋରେ ବାଣୀବିହାର ପର୍ଯ୍ୟନ୍ତ ଆସିଥିଲେ। ବାଣୀବିହାରରେ ​​​ଓହ୍ଲାଇବା ପରେ ଅଟୋଚାଳକ ତାଙ୍କୁ ୨୦ଟଙ୍କା ଭଡ଼ା ମାଗିଥିଲେ। କିନ୍ତୁ ଲକ୍ଷ୍ମୀପ୍ରିୟା ୧୫ଟଙ୍କା ଦେଇଥିଲେ। ଏହାକୁ ନେଇ ଅଟୋଚାଳକ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ନେଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଅଟୋଚାଳକ ମଧ୍ୟ ଲକ୍ଷ୍ମୀପ୍ରିୟାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଥିଲେ। ଦୁଇ ଜଣଙ୍କ ଅଭିଯୋଗକୁ ଭିତ୍ତି କରି ସହିଦନଗର ଥାନା ପୁଲିସ ଦୁଇଟି ମାମଲା ରୁଜୁ କରିଥିଲା। ପୁଲିସ ଘଟଣାର ତଦନ୍ତ କରି ଦୁଇଟି ମାମଲା ରୁଜୁ କରି ସିଆର୍‌ପିସି ଧାରା-୪୧ରେ ନୋଟିସ୍ ଜାରି କରି ଛାଡ଼ି ଦେଇଛି।

ସମ୍ବନ୍ଧିତ ଖବର