ଭୁବନେଶ୍ୱର: କନ୍ଷ୍ଟେବଲଙ୍କୁ ଆକ୍ରମଣ ଅଭିଯୋଗରେ ସହିଦନଗର ଥାନା ପୁଲିସ ୨ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, ସହିଦ ନଗର ଅଞ୍ଚଳର ଲାଲା ରୟ (୩୧) ଓ ଗଣେଶ ରାଉତ (୨୬)। ପୁଲିସ ସୂଚନା ମୁତାବକ, ବୁଧବାର ରାତି ପ୍ରାୟ ୧୨ଟାରେ ପ୍ରଭାତ ବଡ଼ୁ ନାମକ ଜଣେ କନ୍ଷ୍ଟେବଲ ଆଇଡିବିଆଇ ଛକରେ ଚେକିଂ କରୁଥିଲେ। ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଲାଲା ଓ ଗଣେଶ ଏକ ବାଇକ୍ରେ ଯାଉଥିବା ବେଳେ ପ୍ରଭାତ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଉଭୟ ପ୍ରଭାତଙ୍କୁ ଆକ୍ରମଣ କରି ଫେରାର୍ ହୋଇଯାଇଥିଲେ। ଏନେଇ ପ୍ରଭାତ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଇଡିବିଆଇ ଛକରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ପୁଲିସର ଏକ ଟିମ୍ ଉଭୟଙ୍କ ଘରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା।
କନ୍ଷ୍ଟେବଲ୍ଙ୍କୁ ଆକ୍ରମଣ, ୨ ଗିରଫ
/sambad/media/post_attachments/wp-content/uploads/2018/06/arrested-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)