ମୋ ଭୁଲ ଯୋଗୁଁ ମାଡ଼ ଖାଇଲି, ପ୍ରେମିକଠାରୁ ମାଡ଼ ଖାଇବା ପରେ କହିଲେ ଯୁବତୀ

ରାଜଧାନୀ ରାଜରାସ୍ତାରେ ପ୍ରେମ ପାଇଁ ପିଟାପିଟି

ଭୁବନେଶ୍ୱର: ପ୍ରେମିକାର ଆଉ କାହା ସହ ବୁଲିବାକୁ ପସନ୍ଦ କଲାନି ପୂର୍ବତନ ପ୍ରେମିକ । ନିଜ ଏକ୍ସ ଗାର୍ଲଫ୍ରେଣ୍ଡକୁ ଅନ୍ୟ ଯୁବକ ସହ ବୁଲିବା ଜାଣି କ୍ଷୁବ୍ଧ ହୋଇ ଆକ୍ରମଣ କଲା ଯୁବକ । ଉଭୟ ପ୍ରେମିକା ଓ ତାର ନୂଆ ବୟଫ୍ରେଣ୍ଡକୁ ପିଟିଲା । ଆହୁରି ଆଚମ୍ବିତ କଥା ହେଉଛି, ମାଡ ଖାଇ ରକ୍ତାକ୍ତ ହୋଇଥିଲେ ମଧ୍ୟ ଯୁବତୀ ଜଣକ ଉକ୍ତ ଯୁବକକୁ ଗାଳି ଦେଉନଥିଲା.. ବରଂ କହୁଥିଲା ମୋ ନିଜର ଭୁଲ ଯୋଗୁଁ ମାଡ଼ ଖାଇଲି ।

ଭୁବନେଶ୍ୱର ଡମଣା ଛକରେ ଆଜି ଏମିତି ଏକ ପ୍ରେମ ପ୍ରତାରଣା ର ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ମୁତାବକ ଲିମା(ଛଦ୍ମନାମ) ଜଣେ ଯୁବକଙ୍କୁ ଭଲ ପାଉଥିଲେ । କିଛି ଦିନ ହେବ ସେ ଆଉ ଜଣେ ଯୁବକଙ୍କ ପ୍ରେମରେ ପଡି ପ୍ରଥମ ପ୍ରେମିକଙ୍କ ସହ ଆଉ କଥାବାର୍ତ୍ତା କରୁ ନଥିଲେ । ଆଜି ଲିମା ଆଉ ଜଣେ(ଦ୍ଵିତୀୟ ପ୍ରେମିକ)ଙ୍କ ସହ ବୁଲୁଥିବାର ଜାଣିଥିଲେ ପ୍ରଥମ ପ୍ରେମିକ । ଆଉ ଡମଣା ଛକରେ ପହଞ୍ଚି ପ୍ରେମିକା ଓ ପ୍ରେମିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରଥମ ପ୍ରେମିକ । ରାଜରାସ୍ତାରେ ଏଭଳି ଗଣ୍ଡଗୋଳ ଦେଖି ସମସ୍ତେ ଅବାକ ହୋଇଯାଇଥିଲେ। ବେଶ କିଛି ସମୟ ପାଇଁ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା ।

 

ସମ୍ବନ୍ଧିତ ଖବର