ଚଳଚ୍ଚିତ୍ର ‘ବିଜୁବାବୁ’ର ଡିଜିଟାଲ ପୋଷ୍ଟର ରିଲିଜ୍

ଖଣ୍ଡଗିରି: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ ଜାତୀୟତାବୋଧ ଉପ‌ରେ ନିର୍ମାଣ ହେଉଥିବା ଚଳଚ୍ଚିତ୍ର ‘ବିଜୁ ବାବୁ’ର ଡିଜିଟାଲ ପୋଷ୍ଟର ରିଲିଜ୍ ଓ ଲାଇଭ୍ ସଙ୍ଗ ରେକର୍ଡିଂ କାର୍ଯ୍ୟକ୍ରମ ବୁଧବାର ଖଣ୍ଡଗିରି ସାରସ୍ବତ ଷ୍ଟୁଡିଓରେ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ର‌ରେ ବଲିଉଡ୍‌ ଷ୍ଟାର୍ ଅନୁଭବ ମହାନ୍ତି ବିଜୁ ପଟ୍ଟନାୟକଙ୍କ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ଓ ତାଙ୍କ ବିପକ୍ଷରେ ନାୟିକା ଅଛନ୍ତି ସୁପ୍ରିୟା ନାୟକ। ଆସନ୍ତା ଉତ୍କଳ ଦିବସରେ ପ୍ରଯୋଜକ ସଂସ୍ଥା ଓଡ଼ିଶାବାସୀଙ୍କୁ ଏହି ଫିଲ୍ମଟିକୁ ଭେଟିଦେବ। ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ଏଲିଆନୋରା ଇମେଜେସ୍, ଅକ୍ଷୟ ପରିଜା ପ୍ରଡକ୍ସନ୍‌ସ ଓ ପ୍ରକାଶ ଫିଲ୍ମସ୍‌ର ମିଳିତ ପ୍ର‌ଯୋଜନାରେ ନିର୍ମାଣ ହେବାକୁ ଥିବା ଏହି ଚଳଚ୍ଚିତ୍ରକୁ ଦେବୀପ୍ରସାଦ ଲେଙ୍କା ଓ ବିଶାଲ୍ ମୌର୍ଯ୍ୟ ନିର୍ଦ୍ଦେଶନା ଦେଉଛନ୍ତି। ପ୍ରେମାନନ୍ଦଙ୍କ ସଂଗୀତ ନିର୍ଦ୍ଦେଶନାରେ ୫ଟି ଗୀତ ଏହି ଚଳଚ୍ଚିତ୍ରକୁ ଅଧିକ ଆକର୍ଷଣୀୟ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର