ଭୁବନେଶ୍ବର: ଆସନ୍ତାକାଲି ଫିଲ୍ମ ଫ୍ରାଇଡେରେ ମୁକ୍ତିଲାଭ କରିବାକୁ ଯାଉଛି ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ସାହୋ’। ଏଥିରେ ଅଭିନୟ ସହ ବଲିଉଡ୍ରେ ପାଦ ଥାପିଛନ୍ତି ବାହୁବଳୀ ଫେମ୍ ପ୍ରଭାସ। ଏହା ହିନ୍ଦୀ, ତାଲିମ୍ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ରାଜଧାନୀରେ ଏହା ବିଭିନ୍ନ ସିନେ ପ୍ରେକ୍ଷାଳୟରେ ୬୧ଟି ସୋ’ରେ ପ୍ରଦର୍ଶିତ ହେବ। ହିନ୍ଦୀ ଭାଷାରେ ୫୩ଟି ଓ ତେଲୁଗୁ ଭାଷାରେ ୮ଟି ସୋ’ରେ ଏହା ଦେଖିବାର ସୁଯୋଗ ନେବେ ଦର୍ଶକ। ଜଣେ ପୁଲିସ୍ ଅଫିସର ବୈଜ୍ଞାନିକ ବାପାଙ୍କ ଦ୍ବାରା ସୃଷ୍ଟି ହୋଇଥିବା ଜେଟ୍ ପ୍ୟାକ୍ ନାମକ ଟେକ୍ନୋଲୋଜିକୁ ବିନିଯୋଗ କରି କିଭଳି ଡ୍ରଗ୍ସ ମାଫିଆମାନଙ୍କୁ ନିପାତ କରିଛି ସେଇ କଥାବସ୍ତୁକୁ ‘ସାହୋ’ରେ ଉପଭୋଗ କରିବାର ସୁଯୋଗ ନେଇପାରିବେ ଦର୍ଶକ। ୩୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ସହ ନିର୍ଦେଶନା ଦେଇଛନ୍ତି ତାମିଲ୍ ନିର୍ଦେଶକ ସୁଜିଥ୍। ପ୍ରଭାସଙ୍କ ସହ ଶ୍ରଦ୍ଧା କପୁର, ମନ୍ଦିରା ବେଦୀ, ମହେଶ ମଞ୍ଜରେକର, ଚଙ୍କି ପାଣ୍ଡେ, ନିଲ୍ ନିତେନ ମୁକେଶ ପ୍ରମୁଖ ଅଭିନୟ କରିଛନ୍ତି। ଏଥିରେ ଥିବା ‘ସାଇକୋ ସୈୟାଁ..ଗୀତ ଯୁବବର୍ଗଙ୍କ ଦ୍ବାରା ବହୁ ପ୍ରଶଂସିତ ହୋଇସାରିଛି। ଏଥିସହ ହଲିଉଡ୍ ହରର ଚଳଚ୍ଚିତ୍ର ‘୪୭ ମିଟର୍ସ ଡାଉନ୍: ଅନ୍କେଜ୍ଡ’ ମୁକ୍ତିଲାଭ କରିବ। ଜେ ରବର୍ଟସଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ନିଆ ଲଙ୍ଗ୍, ସୋଫି ନେଲିସେ, ଏସ୍ଆର୍ ଷ୍ଟାଲୋନ୍, ଜନ୍ କର୍ବେଟ୍ଙ୍କ ଅଭିନୟ ଉପଭୋଗ କରିବାର ସୁଯୋଗ ମିଳିବ।
ଫିଲ୍ମ ଫ୍ରାଇଡେ’, ଆଜି ୬୧ ସୋ’ରେ ‘ସାହୋ’
/sambad/media/post_attachments/wp-content/uploads/2019/08/sahoo-prabhas-politics_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)