ଚାଲିଲା ସିନେମା

ଭୁବନେଶ୍ବର: ବାତ୍ୟା ‘ଫନି’ର ୮ଦିନ ପ‌ରେ ସୁଧୁରିଛି ସିନେମା ହଲ୍‌ର ସ୍ଥିତି। ବିଦ୍ୟୁତ ସରବରାହ ବନ୍ଦ ରହିଥିବାରୁ ସହରରେ ସିନେମା ହଲ୍‌ ବନ୍ଦ ରହିଥିଲା। ବାତ୍ୟାର କିଛି ଦିନ ପରେ ଅବଶ୍ୟ ମହାରାଜା ଓ କେଶରୀ ହିଁ ଡିଜି ସହାୟତାରେ ସିନେମା ଦେଖାଇବାର ବନ୍ଦୋବସ୍ତ କରିଥିଲେ। ମାତ୍ର ମଲ୍‌ଟିପ୍ଲେକ୍ସ ଓ ଅନ୍ୟ ସିନେମା ହଲ୍‌ଗୁଡ଼ିକ ବନ୍ଦ ରହିଥିଲା। ବିଦ୍ୟୁତ୍‌ ବ୍ୟବସ୍ଥା ଯୋଗାଇ ଦିଆଯିବା ପରେ କେବଳ ସିନେପଲିସ୍‌ ଓ ଆଇନକ୍ସ ସିମ୍ଫୋନି ମଲ୍‌କୁ ଛାଡ଼ି ଅନ୍ୟ ସମସ୍ତ ସିନେମା ହଲ୍‌ରେ ସିନେମା ଦେଖିବାର ସୁଯୋଗ ପାଇଛନ୍ତି ସିନେପ୍ରେମୀ। ବାତ୍ୟା ପରେ ବନ୍ଦ ରହିଥିବା ଶ୍ରୀୟା, ଶ୍ରୁତି ଓ ସ୍ତୁତି ସିନେମା ହଲ୍‌ ଆଜି ଖୋଲିଛି। ହଲ୍‌ରେ କେବଳ ଆଭେଞ୍ଜର୍ସ ଓ ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟର ଚଳଚ୍ଚିତ୍ର ଦେଖିବାକୁ ମିଳିଛି। ଆଇନକ୍ସ ବିଏମ୍‌ସି ଭବାନୀ ମଲ୍‌, ଆଇନକ୍ସ ଡିଏନ୍‌ ରେଗାଲିଆ, ମହାରାଜା ଓ ସ୍ବାତୀରେ ଆଭେଞ୍ଜର୍ସ: ଏଣ୍ଡ୍‌ଗେମ୍‌ ଦେଖିବାକୁ ମିଳିଛି। ଏଥିସହ ୧୦ ତାରିଖରେ ମୁକ୍ତିଲାଭ କରିଥିବା ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟର’ ଭୁବନେଶ୍ବରର ୭ଟି ହଲ୍‌ରେ ଦେଖିବାକୁ ମିଳିଛି। ଆଇନକ୍ସ ଭବାନୀ ମଲ୍‌ରେ ‘ଛୋଟା ଭିମ୍‌: କୁଙ୍ଗ୍‌ ଫୁ ଧମାକା’ ଏବଂ ଆଇନକ୍ସ ଡିଏନ୍‌ ରେଗାଲିଆରେ ‘ଦି ତାସ୍‌କେଣ୍ଟ୍‌ ଫାଇଲ୍‌ସ’ ସିନେମା ଦେଖିବାର ସୁଯୋଗ ମିଳିଛି।

ସମ୍ବନ୍ଧିତ ଖବର