ଭୁବନେଶ୍ବର : ବରମୁଣ୍ଡା ପାତ୍ର ଇଲୋକ୍ଟ୍ରୋନିକ୍ସ୍ ନିକଟରେ ଆଜି ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଯୁବକଜଣଙ୍କ କିଛି ଦିନ ତଳେ ଫାଇନାନ୍ସରେ କିଛି ସାମଗ୍ରୀ ନେଇଥିଲେ। କିନ୍ତୁ ମାସିକ କିସ୍ତି ଶୁଝୁ ନଥିବାରୁ ଆଜି ସଂସ୍ଥା ପକ୍ଷରୁ ତାଙ୍କୁ ବରମୁଣ୍ଡା ନିକଟକୁ ଡକାଯାଇଥିଲା। ସେଠାରେ ଯୁବକଙ୍କ ସହ ଫାଇନାନ୍ସ ସଂସ୍ଥାର କିଛି କର୍ମଚାରୀଙ୍କ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସଂସ୍ଥାର କର୍ମଚାରୀମାନେ ଏକ ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ତେବେ ଏ ନେଇ ଭରତପୁର ଥାନାରେ ଅଭିଯୋଗ ହୋଇନାହିଁ।
ଯୁବକଙ୍କ ମୁଣ୍ଡ ଫଟାଇଦେଲେ ଫାଇନାନ୍ସ କର୍ମଚାରୀ
/sambad/media/post_attachments/wp-content/uploads/2021/04/clash.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)