ଭୁବନେଶ୍ବର: ଚାଇଲ୍ଡ ଫଣ୍ଡ୍ର ଭୁବନେଶ୍ବର ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଉଡାନ୍ ଫେଲୋସିପ୍ କାର୍ଯ୍ୟକ୍ରମ ଜରିଆରେ ଭୁବନେଶ୍ବର ଓ କଣାସର ୨୮ ଯୋଗ୍ୟ ଛାତ୍ରୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। କିଶୋରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଶକ୍ତୀକରଣ କରାଇବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେମାନଙ୍କୁ ସ୍ବାବଲମ୍ବୀ ହେବା ପାଇଁ କାଉନସେଲିଂ କରାଯାଇଥିଲା।
ଫିଜିଓଥେରାଫିଷ୍ଟ ସୁଶ୍ରୀ ମିଶ୍ର ବେସ୍ଲାଇନ୍ ସର୍ଭେ, ବ୍ୟକ୍ତିଗତ କାଉନସେଲିଂ, ଦଳଗତ କାଉନସେଲିଂ ଓ ସାଇକୋମେଟ୍ରିକ୍ ଟେଷ୍ଟ କରାଇବା ସହ ମାନବସମ୍ବଳ ସଂଶୋଧନ ବିଶେଷଜ୍ଞ ସନ୍ତୋଷ ମିଶ୍ର, ବିଭିନ୍ନ କ୍ୟାରିୟର୍ ଲାଗି ପିଲାଙ୍କୁ ଦିଗ୍ଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରଜ୍ଞା ମିଶ୍ର ପରିଚାଳନା କରିଥିବା ବେଳେ ହିମାଂଶୁ ସିଂହ କିଶୋରୀମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ଲାଗି ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଚାଇଲ୍ଡ ଫଣ୍ଡ୍ର ଅନ୍ୟ କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ।