ଭୁବନେଶ୍ବର : ଯେତେ କଟକଣା ହେଲେ ବି ଅମାନିଆଙ୍କୁ ଫରକ ପଡ଼ୁନି। ସବୁ କାଇଦା କଟକଣାକୁ ଫୁ’ କରି ବିନା କାମରେ ଗାଡ଼ି ଧରି ବଜାରରେ ବୁଲୁଛନ୍ତି। ଏଭଳି ୧୪୯୫ ଗାଡ଼ି ଚାଳକଙ୍କୁ ଧରିଛି କମିସନରେଟ୍ ପୁଲିସ। ଉଭୟ କଟକ ଓ ଭୁବନେଶ୍ବରରେ ଏହି ସବୁ ଗାଡ଼ି ଧରା ଯାଇ ଜରିମାନା ଆଦାୟ କରାଯାଇଛି। ପରେ ପିଆର ବଣ୍ଡ୍ରେ ଛାଡ଼ି ଦିଆଯାଇଛି। ସେହିଭଳି ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ନ ପିନ୍ଧି ଧରାପଡ଼ିଲେ ଜରିମାନା ଧାର୍ଯ୍ୟ କରାଯାଇଛି। ଏହା ଉପରେ ଆଜି ଭୁବନେଶ୍ବରରେ କମିସନରେଟ୍ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାସ୍କ ନ ପିନ୍ଧି ୧୬୦ ଜଣ ଧରା ପଡ଼ିଛନ୍ତି। ସେମାନଙ୍କ ଠାରୁ ଧାର୍ଯ୍ୟ ୨ଶହ ଟଙ୍କା ଲେଖାଏ ଜରିମାନା ସଂଗ୍ରହ କରାଯାଇଛି। ବାରମ୍ବାର ଅପରାଧ ଘଟାଇଲେ ଜରିମାନା ପରିମାଣ ବଢ଼ିବା ବ୍ୟବସ୍ଥା ରହିଛି। ଏଣୁ ଏହି ସବୁ ଉଲ୍ଲଂଘନକାରୀଙ୍କୁ ଅନ୍ଲାଇନ୍ରେ ପଞ୍ଜୀକରଣ କରାଯାଇଛି। ପରେ ଯଦି ଧରାପଡ଼ନ୍ତି କାର୍ଯ୍ୟାନୁଷ୍ଠାନ ଦୃଢ଼ ହେବ ବୋଲି ପୁଲିସ କହିଛି। ତେବେ କଟକରେ ଆଜି ମାସ୍କକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଆଜି କେବଳ ସଚେତନତା ସୃଷ୍ଟି କରାଯିବା ସହ ମାସ୍କ ବଣ୍ଟନ କରାଯାଇଛି। ଆସନ୍ତାକାଲି ଠାରୁ ଏହି ମାସ୍କ ପିନ୍ଧିବାକୁ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ପୁଲିସ କହିଛି।
ଶୁଣୁନାହାନ୍ତି ଅମାନିଆ : ମାସ୍କ ନପିନ୍ଧି ତଣ୍ଡ ଗଣିଲେ ୧୬୦, ଧରାପଡ଼ିଲେ ୧୫ଶହ ଗାଡ଼ି ଚାଳକ
/sambad/media/post_attachments/wp-content/uploads/2020/04/m4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)