ଭୁବନେଶ୍ବର : ରାଜ୍ୟ ସରକାର ଓ ବିଏମ୍ସି ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିଲେ ହେଁ କିଛି ମାସ୍କ ପିନ୍ଧୁନାହାନ୍ତି। ପୂର୍ବରୁ କମିସନେରଟ୍ ପୁଲିସ ଏହିଭଳି ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରିଥିବା ବେଳେ ବିଏମ୍ସି ଆଜି ଜରିମାନା ଆଦାୟ ଆରମ୍ଭ କରିଛି। ବିଏମ୍ସିର ଉତ୍ତର ଜୋନ୍ ଡେପୁଟି କମିସନର ପ୍ରମୋଦ ପୃଷ୍ଟିଙ୍କ ନେତୃତ୍ବରେ ଆଜି ଏକ ସ୍କ୍ବାଡ୍ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୪୦ଜଣଙ୍କ ଠାରୁ ଜରିମାନା ଆଦାୟ କରିଛି। ପ୍ରତ୍ୟେକଙ୍କ ଠାରୁ ୨୦୦ ଟଙ୍କା ଲେଖାଏ ଜରିମାନା ଆଦାୟ ହୋଇଛି। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ମାସ୍କ ପିନ୍ଧୁ ନ ଥିବା ଲୋକଙ୍କ ଠାରୁ ତିନି ଥର ପର୍ଯ୍ୟନ୍ତ ୨୦୦ଟଙ୍କା ଲେଖାଏ ଜରିମାନା ଆଦାୟ କରାଯିବ। ଏହାପରେ ୫୦୦ଟଙ୍କା ଲେଖାଏ ଜରିମାନା ଆଦାୟ ହେବ। ହେଲେ ଏଠାରେ ପ୍ରଶ୍ନ ଉଠୁଛି ବିଏମ୍ସି କର୍ତ୍ତୃପକ୍ଷ କିପରି ଜାଣିବେ କିଏ କେତେ ଥର ଜରିମାନା ଦେଲାଣି। ବିଏମ୍ସି କର୍ତ୍ତୃପକ୍ଷ ଜରିମାନା ଦେଉଥିବା ଲୋକଙ୍କ ତଥ୍ୟ ଅନଲାଇନରେ ସଂରକ୍ଷଣ କରୁନଥିବାରୁ କିଏ କେତେ ଥର ଜରିମାନା ଦେଲା କେମିତି ଜାଣିବେ ବୋଲି ପ୍ରଶ୍ନ ଉଠିଛି।
ମାସ୍କ ନ ପିନ୍ଧି ତଣ୍ଡ ଗଣିଲେ, ୪୦ଜଣଙ୍କ ଠାରୁ ୮ହଜାର ଜରିମାନା ଆଦାୟ
/sambad/media/post_attachments/wp-content/uploads/2020/04/RGD_Mask-Checking.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)