ବାଲିପାଟଣା : ରଜ ହାଟ ପାଇଁ ଆଜି ସ୍ଥାନୀୟ ବଜାର ବେଶ୍ ଗହଳଚହଳ ହୋଇପଡ଼ିଥିଲା। ସଟ୍ ଡାଉନ୍ ପାଇଁ ଶନିବାର ବଜାର ବନ୍ଦ ଥିବାରୁ ଆଜି ଲୋକମାନେ କିଣାକିଣି ପାଇଁ ଭିଡ଼ ଜମାଇଥିଲେ। ସାମାଜିକ ଦୂରତା ରକ୍ଷା କରିବା ପାଇଁ ବାଲିପାଟଣା ଥାନା ପୁଲିସ ଜଗି ରହିଥିଲେ ବି ଲୋକେ ମାନିନଥିଲେ। ସାମାଜିକ ଦୂରତା ରକ୍ଷା ପାଇଁ ଗୋଲ କଟାଯାଇଥିଲେ ବି ଲୋକେ ଠେଲାପେଲା ହୋଇ କିଣାକିଣି କରିଥିଲେ। କିଛି ଦୋକାନୀ ପୁଲିସ ଭୟରେ ଭିଡ଼ ନିୟନ୍ତ୍ରଣ କରିଥିଲେ ବି କିଛି ବେପାର ଲୋଭରେ ସବୁ କଟକଣା ଭୁଲି ଯାଇଥିଲେ। ବିଶେଷକରି ମହିଳାମାନେ ରଜ ପାଇଁ ଡ୍ରେସ, ଷ୍ଟେସନାରୀ ଦୋକାନରେ ଭିଡ଼ ଜମାଇଥିଲେ। ତେଣୁ ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ସଦଳବଳେ ଚଢଉ କରି ୩୦ରୁ ଅଧିକ ଅମାନିଆ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ କରିଥିଲେ। ଏମିତିକି କିଛି ବ୍ୟବସାୟୀଙ୍କୁ ସେମାନଙ୍କ ଦୋକାନକୁ ସିଲ୍ କରିଦେବେ ବୋଲି ଧମକ ଦେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp