ଭୁବନେଶ୍ବର : ବରମୁଣ୍ଡା ବସ୍ଷ୍ଟାଣ୍ଡର ରୂପରେଖ ବଦଳାଇବା ପାଇଁ ଉନ୍ନତୀକରଣ କାମ ଚାଲୁଥିବାରୁ ସଂପ୍ରତି ବସ୍ ପାର୍କିଂ ପାଇଁ ନିକଟସ୍ଥ ଓୟୁଏଟି ଫାର୍ମରେ ଅସ୍ଥାୟୀ ଡିପୋ କରାଯାଇଛି। ମାତ୍ର ଚାଳକମାନେ ବସ୍କୁ ରାସ୍ତା ପାର୍ଶ୍ବରେ ବେଆଇନ୍ ଭାବେ ପାର୍କିଂ କରୁଥିବାରୁ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ବଡ଼ କଥା ହେଉଛି, ସର୍ଭିସ ରୋଡ୍ ନୁହେଁ ଜାତୀୟ ରାଜପଥରେ ମଧ୍ୟ ଅମାନିଆ ବସଚାଳକ, ଭାରୀଯାନ ଓ ଅଟୋଚାଳକମାନେ ମଧ୍ୟ ପାର୍କିଂ କରୁଛନ୍ତି। ଏପରିକି ଅନେକ ସମୟରେ ଦୁର୍ଘଟଣା ଘଟି ମୁଣ୍ଡ ଗଡ଼ୁଥିବା ନଜିର ମଧ୍ୟ ରହିଛି। ଏନେଇ ଟ୍ରାଫିକ୍ ପୁଲିସ୍ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି।
ଗତି ୩ଦିନରେ ବରମୁଣ୍ଡା ରାସ୍ତା ଉପରେ ପାର୍କିଂ କରୁଥିବା ୮ଟି ବସ୍ ପାଖରୁ ୧୦ହଜାର ତଣ୍ଡ ଆଦାୟ କରାଯାଇଛି। ଯଦି ବାରମ୍ବାର ବସ୍ଗୁଡ଼ିକୁ ରାସ୍ତା ଉପରେ ପାର୍କିଂ କରାଯିବ ତେବେ ଗାଡ଼ିର ପରମିଟ୍ ବାତିଲ୍ କରିବା ପାଇଁ ଟ୍ରାଫିକ୍ ପୁଲିସ ପକ୍ଷରୁ ଆର୍ଟିଓକୁ ସୁପାରିସ୍ କରାଯିବ ବୋଲି ଟ୍ରାଫିକ୍ ଏସିପି ସ୍ବସ୍ତିକ ପଣ୍ଡା ସୂଚନା ଦେଇଛନ୍ତି। ଏହା ବ୍ୟତୀତ ସହରରେ ଯାତାୟାତ କରୁଥିବା ମିନି ଭାରୀଯାନ ଗାଡ଼ିଗୁଡ଼ିକୁ କଡ଼ା ଚେକିଂ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/bus.jpg)