ଭୁବନେଶ୍ୱର : ଭାରତୀୟ ତୈଳ ନିଗମ(ଆଇଓସିଏଲ୍) ଦ୍ୱାରା ପରିଚାଳିତ ରାଜଭବନ ଛକ ପେଟ୍ରୋଲ ଟାଙ୍କି ଭୟଙ୍କର ଗ୍ୟାସ ଟାଙ୍କି ଫାଟିବା ଅଘଟଣ ପାଇଁ ଆଇଓସିଏଲ୍ ଦାୟୀ। ଏଭଳି ଅଭିଯୋଗ କରିଛି ସିଆଇଟିୟୁର ଭୁବନେଶ୍ୱର ମହାନଗର କମିଟି। ଏ ନେଇ କ୍ୟାପିଟାଲ ଥାନାରେ ଆଇଓସିଏଲ୍ ବିରୋଧରେ ଏତଲା ଦିଆଯାଇଛି। ସିଟୁ ଅଭିଯୋଗ ମୁତାବକ, ତୈଳ କମ୍ପାନୀ ତରଫରୁ ଜଣେ ଠିକାଦାରଙ୍କ ଦ୍ୱାରା ଗ୍ୟାସ ଟାଙ୍କି ନିର୍ମାଣ କରାଯାଇଥିଲା। କାହିଁକି ଭଲ ଭାବରେ ପରୀକ୍ଷା ନିରୀକ୍ଷା ନ କରି ନବନିର୍ମିତ ଟାଙ୍କିରେ ଗ୍ୟାସ ଭରା ଯାଉଥିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏଣୁ ତୁରନ୍ତ ସମ୍ପୃକ୍ତ ଠିକାଦାର ଓ ଆଇଓସିଏଲ୍ ଅଫିସରମାନଙ୍କୁ ଗିରଫ କରାଯାଉ ବୋଲି ସିଟୁର ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ ଓ ବସନ୍ତ ସାହୁ ପ୍ରମୁଖ ଏତଲାରେ ଉଲ୍ଲେଖ କରିଛନ୍ତି।
ଏହି ଘଟଣାରେ ଆଜି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ଚିକିତ୍ସାଧୀନ ଅଛନ୍ତି। ପୁଲିସ ତୁରନ୍ତ ମୃତାହତଙ୍କ ସଂଖ୍ୟା ପ୍ରକାଶ କରିବା ସହ ନ୍ୟାୟିକ ତଦନ୍ତ କରାଯାଉ। ମୃତକ ପରିବାରକୁ ୫୦ଲକ୍ଷ ଓ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ସେମାନେ କହିଛନ୍ତି।
/sambad/media/post_attachments/wp-content/uploads/2020/10/petrol-pump-m21-300x200.jpg)
ଗାଡ଼ି ଭାଙ୍ଗିଲା, ଥାନାରେ ଏତଲା:
ବିସ୍ଫୋରଣରେ ନୂଆପଲ୍ଲୀର ସୁପ୍ରଭାତ ପାଣିଗ୍ରାହୀଙ୍କର ଏକ ଚାରି ଚକିଆ ଯାନ ଭାଙ୍ଗି ଯାଇଥିଲା। ଏନେଇ ସେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ତେବେ ସେ ଏକୁଟିଆ ନୁହନ୍ତି, ପ୍ରାୟ ୪ ଜଣ ଗାଡ଼ି ମାଲିକ ଏ ନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ୭ରୁ ଅଧିକ ଦୁଇ ଚକିଆ ଯାନ ମଧ୍ୟ ନଷ୍ଟ ହୋଇଛି। ଏ ନେଇ ସମ୍ପୃକ୍ତ ଗାଡ଼ି ମାଲିକମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି।
/sambad/media/post_attachments/wp-content/uploads/2020/10/Road-Open-300x200.jpg)
ରାସ୍ତା ଖୋଲିଲା:
ବିସ୍ଫୋରଣ ପରେ ଗତକାଲି ଠାରୁ ରାଜଭବନ ଠାରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଟ୍ରାଫିକ୍ କଟକଣା ଦୀର୍ଘ ୨୪ ଘଣ୍ଟା ପରେ ଆଜି କୋହଳ ହୋଇଛି। ସନ୍ଧ୍ୟା ୭ଟାରୁ ଏହି ରାସ୍ତାକୁ ଖୋଲି ଦିଆଯାଇଛି। ସହଯୋଗ ପାଇଁ କମିସନରେଟ୍ ପୁଲିସ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛି। ଗ୍ୟାସ୍ ଖାଲି ହୋଇନଥିବାରୁ ବିପଦ ରହିଥିଲା। ଏଣୁ ଏହି ରାସ୍ତା ଦେଇ ଯାତାୟାତ ବନ୍ଦ ରଖା ଯାଇଥିଲା। ଉଭୟ ପାର୍ଶ୍ବରେ ପୁଲିସ ଦଉଡ଼ି ଟାଣି ବନ୍ଦ କରିବା ସହ ଫୋର୍ସ ମୁତୟନ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/petrol-pump-balst-bbsr-7.jpg)