ଭୁବନେଶ୍ବର : କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଡାକ୍ତର ଦିନରାତି ଏକ କରି ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସେମାନେ ଧନ୍ୟବାଦର ପାତ୍ର ହୋଇଛନ୍ତି। କାର୍ଯ୍ୟରତ ଡାକ୍ତରଙ୍କ ପ୍ରତି ଦୁର୍ବ୍ୟବହାର କିମ୍ବା କୌଣସି ପ୍ରକାରର ଆଚରଣକୁ ବରଦାସ୍ତ କରାଯିବ ନାହିଁ ବୋଲି ଘୋଷଣା ହୋଇଛି। ଏଭଳି ସ୍ଥିତିରେ ଆଜି ଭୁବନେଶ୍ବରରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ଲାଇନ୍ରେ ଖାଦ୍ୟ ମଗାଇ ଜଣେ କାର୍ଯ୍ୟରତ ଡାକ୍ତର ବିପଦରେ ପଡ଼ିଛନ୍ତି। ଜଣେ ଜମାଟୋ ବୟ ଡାକ୍ତରଙ୍କୁ ହତ୍ୟା ଧମକ ଦେଇଥିବା ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଡାକ୍ତର ଅମୃତ ପାଟ୍ଟଯୋଶୀଙ୍କ ଅଭିଯୋଗକୁ ଆଧାର କରି ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କାର୍ଯ୍ୟ ଚାପ ଯୋଗୁଁ ଡାକ୍ତର ପାଟ୍ଟଯୋଶୀ ଜମାଟୋରୁ ଆଜି ଖାଇବାକୁ ମଗାଇଥିଲେ। ଏଥିପାଇଁ ସେ ୮୩୪ ଟଙ୍କା ଅନ୍ଲାଇନ୍ରେ ପ୍ରଦାନ କରିଥିଲେ। ଅପରାହ୍ଣ ଗୋଟାଏ ବେଳେ ଖାଦ୍ୟ ପହଞ୍ଚିବାକୁ ଥିଲା। ହେଲେ ଖାଦ୍ୟ ଆସିନଥିଲା। ସେ ୨ଟା ୫୦ ମିନିଟ୍ରେ ଜମାଟୋ ବୟ ପାଖରୁ ଏକ ଫୋନ୍ ଆସିଲା। ସେ ଠିକଣା ପଚାରୁଥିଲା। ଖାଦ୍ୟ ଆସିବାରେ କାହିଁକି ବିଳମ୍ବ ହେଲା ବୋଲି ଡାକ୍ତର ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବୟ ଜଣକ ଗାଳିଗୁଲଜ କରିବା ସହ ଡାକ୍ତରଙ୍କୁ ହତ୍ୟା ଧମକ ଦେଇଥିଲା ବୋଲି ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।
ଅନ୍ଲାଇନ୍ରେ ଖାଦ୍ୟ ମଗାଇ ବିପଦରେ ଡାକ୍ତର, ଜମାଟୋ ବୟଙ୍କ ହତ୍ୟା ଧମକ
/sambad/media/post_attachments/wp-content/uploads/2019/07/15775191_web1_Doctor_stock-dr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)