ଭୁବନେଶ୍ବର : ଜନପଥରେ ଲାଗିଥିବା ବିଭିନ୍ନ ଉପକରଣରେ ଲୋକମାନେ ପୋଷ୍ଟର ଲଗାଇ ଦେଉଥିବାରୁ ସହର ଅସୁନ୍ଦର ହେଉଛି। ଏଣୁ ପୋଷ୍ଟର ଲଗାଇଥିବା ବିଭିନ୍ନ ସଂସ୍ଥାଙ୍କ ନାମରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ଖାରବେଳ ନଗର ଥାନାରେ ଏତଲା ଦେଇଛି। ପୋଷ୍ଟରରୁ ମାଲିକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଉଲ୍ଲେଖ କରିଛି।

Advertisment

ସ୍ମାର୍ଟ ସିଟି ଜିଏମ୍‌ ସୁବ୍ରତ କୁମାର ବେହେରା ଏହି ଏତଲା ଦେଇଛନ୍ତି। ତେବେ ଏଠାରେ ଥିବା ବିଭିନ୍ନ ଉପକରଣ ଚାରିପାଖରେ ହୋର୍ଡିଂ ଲାଗିଛି। ବିନା ଟେଣ୍ଡରରେ ଏଠାରେ ଏକ ଘରୋଇ ସଂସ୍ଥା ହୋର୍ଡିଂ ଲଗାଇଥିଲେ ମଧ୍ୟ ବିଏସ୍‌ସିଏଲ୍‌ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହିଁ ସେ ନେଇ ପ୍ରଶ୍ନ ଉଠିଛି।