ଭୋଗ ଦୋକାନରେ ଅଗ୍ନିକାଣ୍ଡ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ଲିଙ୍ଗରାଜ ମାର୍କେଟ୍‌ରେ ଥିବା ବାବୁଦେବ ସାହୁଙ୍କ ପୂଜା ସାମଗ୍ରୀ ଦୋକାନରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହୋଇଯାଇଛି। ଖବର ପାଇ କଳ୍ପନା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ମାତ୍ର ସେତେବେଳକୁ ସବୁ ପାଉଁଶ ହୋଇଯାଇଥିଲା। ସର୍ଟ ସର୍କିଟ୍‌ ଯୋଗୁ ଏପରି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତେବେ ଅଗ୍ନିକାଣ୍ଡରେ ଆଖପାଖରେ ଥିବା କୌଣସି ଦୋକାନ କ୍ଷତିଗ୍ରସ୍ତ ହୋଇ ନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ କାଲି ରାତିରେ ଦୋକାନ ମାଲିକ ଶ୍ରୀ ସାହୁ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ମାତ୍ର ଆଜି ଭୋର ସମୟରେ ଖବର ପାଇଥିଲେ ଯେ, ଦୋକାନରେ ନିଆଁ ଲାଗି ଯାଇଛି। ସେ ଦୋକାନ ନିକଟରେ ପହଞ୍ଚି ଦେଖିଥିଲେ ଯେ, ଦୋକାନ ଭିତରେ ଥିବା ସମସ୍ତ ସାମଗ୍ରୀ ହୁତୁହୁତୁ ହୋଇ ଜଳୁଛି। ସେ ତୁରନ୍ତ ଏ ନେଇ କଳ୍ପନା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇ କଳ୍ପନା ଦମକଳ କେନ୍ଦ୍ର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।

ସମ୍ବନ୍ଧିତ ଖବର