ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ

ବାରଙ୍ଗ : ପିକ୍‌ନିକ୍‌ ଭୋଜି ପାଇଁ ରୋଷେଇ ଚାଲିଥିବା ବେଳେ ନନ୍ଦନକାନନ ବସଷ୍ଟାଣ୍ତ ଛକରେ ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ଏକ ଘର ଜଳିଯାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ନନ୍ଦନକାନନ ବୁଲି ଆସିଥିବା ଭୁବନେଶ୍ବରର ଏକ ଘରୋଇ ସ୍କୁଲର ଦୁଇ କର୍ମଚାରୀ ରୋଷେଇ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ଖବର ପାଇ ବାରଙ୍ଗ ଓ ଚନ୍ଦ୍ରଶେଖରପୁର ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡରେ ଘର ଭିତରେ ଥିବା ସମସ୍ତ ରୋଷେଇ ସାମଗ୍ରୀ ନଷ୍ଟ ହୋଇଯାଇଥିଲା। ନନ୍ଦନକାନନ ଥାନା ପୁଲିସ ଏହି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର